fbpx

ଏହିମାନଙ୍କୁ ନିମୋନିଆ ହେବାର ରହିଛି ସବୁଠାରୁ ଅଧିକ ଆଶଙ୍କା, ଜାଣିନିଅନ୍ତୁ ଲକ୍ଷଣ ଓ ସୁରକ୍ଷାର ଉପାୟ

ଓଡ଼ିଶା ଭାସ୍କର: ଶୀତଦିନ ଆସିଗଲାଣି । ଏହି ସମୟରେ ଥଣ୍ଡା କାଶ ସମସ୍ୟା ଅଧିକ ଦେଖାଦେଇଥାଏ । କିନ୍ତୁ ଏହି ସମସ୍ୟା ଆପଣଙ୍କୁ ଅଧିକ ସମୟ ଧରି ଲାଗି ରହିଲେ ବଡ ବିପଦର କାରଣ ପାଲଟି ପାରେ । କିଛି ସ୍ଥିତିରେ କାଶ ଓ ନିଃଶ୍ୱାସ ନେବାରେ ସମସ୍ୟା ନିମୋନିଆ କାରଣରୁ ମଧ୍ୟ ହୋଇଥାଏ । ନିମୋନିଆ ଫୁସଫୁସ୍ ସଂକ୍ରମଣ ସହ ଜଡିତ ଏକ ରୋଗ ଯାହା କାଶିବା, ଛିଙ୍କିବା, କୀଟାଣୁ ଯୁକ୍ତ ପରିବେଶରେ ଶ୍ୱାସକ୍ରିୟା କରିବା ଦ୍ୱାରା ବ୍ୟାପିଥାଏ । ଯଦି ଠିକ୍ ସମୟରେ ଏହାର ଚିକିତ୍ସା କରାନ ଯାଏ ତେବେ ପରିସ୍ଥିତି ଗମ୍ଭୀର ହୋଇଥାଏ ।

ନିମୋନିଆ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କୁ ବି ହୋଇପାରେ । କିନ୍ତୁ ଏହା ଛୋଟ ଶିଶୁ ଓ ୬୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ଲାଗି ଅଧିକ କ୍ଷତିକାରକ ହୋଇଥାଏ । ଲୋକମାନଙ୍କ ମଧ୍ୟରେ ଏହି ରୋଗକୁ ନେଇ କିପରି ସଚେତନତା ସୃଷ୍ଟି ହେବ ସେଥିପାଇଁ ପ୍ରତିବର୍ଷ ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ ପାଳନ କରାଯାଏ । ଏହି କ୍ରମରେ ଆସନ୍ତୁ ଜାଣିବା ଏହି ରୋଗରେ କ’ଣ ଲକ୍ଷଣ ପ୍ରକାଶ ପାଇଥାଏ ।
ଏହା ଏକ ପ୍ରକାର ସଂକ୍ରମଣ ଯାହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ । ଫଳରେ କାଶ, ଜ୍ୱର ସହିତ ଥଣ୍ଡା ଅନୁଭୂତ ହୋଇଥାଏ । ଏହା ସହିତ ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ହୋଇଥାଏ । ଏହାଦ୍ୱାରା ଛାତିରେ ସଂକ୍ରମଣ ହୋଇଥାଏ । ଏହା ଭାଇରାଲ ସଂକ୍ରମଣ କାରଣରୁ ମଧ୍ୟ ହୋଇପାରେ । ଏହାର କୀଟାଣୁ ବାୟୁମଣ୍ଡଳରେ ରହିଥାନ୍ତି ।

ଲକ୍ଷଣ:
ନିଃଶ୍ୱାସ ନେବା ସମୟରେ ଛାତିରେ ଯନ୍ତ୍ରଣା ।
-କାଶରେ ବହୁତ କଫ ପଡିବା ।
-ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା ।
-ଲଗାତର କ୍ଲାନ୍ତି ଲାଗିବା ଓ ଜ୍ୱର ସହ ଦେହ କମ୍ପିବା ।
-ବାନ୍ତି ଓ ପତଳା ଝାଡା ହେବା ।
ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୂର୍ବଳ ସେମାନେ ଖୁବ୍ ଶୀଘ୍ର ଏହି ରୋଗରେ ପୀଡିତ ହୋଇଥାନ୍ତି ।

Get real time updates directly on you device, subscribe now.