ମୋଟାପଣ ନେଇ ଚିନ୍ତିତ ଅଛନ୍ତି କି, ତେବେ ଆପଣାନ୍ତୁ ଏ ସବୁ ଉପାୟ

ଓଡିଶା ଭାସ୍କର: ଆଜିକାଲି ମୋଟାପଣ ନେଇ ଯୁବ ପିଢିଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଭାରି ଚିନ୍ତିତ ଏବଂ ସତର୍କ ରହିଥାନ୍ତି । ଏଥିଲାଗି କିଛି ଲୋକ ମେଡିସିନ୍ ଖାଇ ଓଜନ ହ୍ରାସ କରିବାକୁ ଲାଗିଥିବା ବେଳେ ଆଉ କିଛି ଡାଏଟ୍ ସହ ବ୍ୟାୟାମ କରି ଓଜନ ହ୍ରାସ କରିବାରେ ଲାଗିଛନ୍ତି । ଆମେ ଆଜି ଆପଣଙ୍କୁ ବିନା ଡାଏଟ ଏବଂ ବ୍ୟାୟାମରେ ଓଜନ ହ୍ରାସ ହେବାର ଉପାୟ ବିଷୟରେ କହିବୁ ।

୧. ସର୍ବପ୍ରଥମେ ଆପଣମାନେ ଅତ୍ୟଧିକ ଓ ଭାରି ଖାଦ୍ୟଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । କେତେ ପରିମାଣରେ ଖାଦ୍ୟ ଖାଉଛନ୍ତି ତାକୁ ଆଗ ଧ୍ୟାନ ଦେବାର ଆବଶ୍ୟକ ରହିଛି । ଖାଇବାର ପରିମାଣ କମ କରିବାକୁ ଆପଣମାନେ ଛୋଟ ପାତ୍ର, ଥାଳି ବାସନ ବ୍ୟବହାର କରିବାକୁ ଅଭ୍ୟାସ କରନ୍ତୁ । ପ୍ରତ୍ୟେକ ଥର ଭୋଜନବେଳେ ଆଗରୁ ଯେତିକି ଖାଆନ୍ତି ତାହା ପରିମାଣରେ ଅଧା ପେଟ ଖାଇବାକୁ ଚେଷ୍ଟା କରନ୍ତୁ । ଛୋଟ ପ୍ଲେଟରେ ଖାଇବା ଦ୍ୱାରା ଧୀରେ ଧୀରେ ଭୋକ ଉପରେ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ , ଖାଇବା ବେଳେ ମୋବାଇଲ, ଲାପଟପ, ଟିଭିରୁ ଯଥା ସମ୍ଭବ ଦୂରେଇବାକୁ ଚେଷ୍ଟା କରନ୍ତୁ । ଏହି ଅଭ୍ୟାସ ଦ୍ୱାରା ଅନ୍ୟମନସ୍କ ହୋଇ ଅଧିକ ଖାଇ ହୋଇଯାଏ ।

୨.ତରଳ କ୍ୟାଲୋରୀ ଯୁକ୍ତ ଖାଦ୍ୟ କମ କରନ୍ତୁ- ଅଧିକାଂଶ ଲୋକମାନେ ମିଠା ଖାଦ୍ୟ ଖାଇବାକୁ ଭଲ ପାଉଥିବାରୁ ଅତ୍ୟଧିକ ମିଠା ପାନୀୟ, ସୋଢା, ମଦ୍ୟପାନ, ଫଳରସ ପରି ଖାଦ୍ୟ ଅଧିକ ସେବନ କରୁଥିବାରୁ ଏହା ଓଜନ ବଢେଇଥାଏ । ଏତିକି ନୁହେଁ ବରଂ ଶରୀରର ମାନସିକ ସ୍ଥିତିକୁ ବିଗାଡିଥାଏ ।

୩.ଜୀବନ ଶୈଳୀରେ ପରିବର୍ତ୍ତନ- ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଆମ ପାଇଁ ଅନେକ କ୍ଷତିକାରକ ବୋଲି ଜାଣି ରହିଲେ ହେବ ନାହିଁ । ଏହାକୁ ଆପଣ ପରିବର୍ତ୍ତନ କରିବା କରିବା ଆବଶ୍ୟକ ରହିଛି ।

୪.ଷ୍ଟ୍ରେସ ପରିଚାଳନା- ଏହି ଷ୍ଟ୍ରେସର ଏକ ମୁଖ୍ୟ କାରଣ ହେଉଛି ଅଧିକ ଖାଇବା । ଯେତେବେଳେ ଜଣେ ବ୍ୟକ୍ତି ଚାପର ସମ୍ମୁଖୀନ ହୋଇଥାଏ । ସେ ଏହାକୁ ମୁକାବିଲା କରିବା ପାଇଁ ଅସମର୍ଥ ହୋଇଥାଏ । ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଦ୍ୱାରା ଏପରି ବିଭିନ୍ନ ସମସ୍ୟା ଉପୁଜିଥାଏ ।

୫. ଭଲ ନିଦ୍ରା – ଠିକ ଭାବରେ ଶୋଇବା ବା ପର୍ଯ୍ୟାପ୍ତ ପରିମାଣରେ ଶୋଇବା । ଭଲ ଭାବରେ ନିଦ ନହେବା ଦ୍ୱାରା ନିଦ୍ରା ହିନତା ଯୋଗୁଁ ଦୃଷ୍ଟି ଶକ୍ତିରେ ବାଧାପ୍ରାପ୍ତ ହୋଇଥାଏ । ଠିକ ସମୟରେ ନ ଶୋଇବା ଦ୍ୱାରା ହରମୋନ୍ ସ୍ତରରେ ବ୍ୟାଘାତ ଘଟେ ଓ ମହିଳାଙ୍କ ଋତୁସ୍ରାବକୁ ଗୁରୁତର ଭାବରେ ପ୍ରଭାବିତ କରେ । ଏହାଦ୍ୱାରା ଓଜନରେ ପରିବର୍ତ୍ତନ ଘଟି ବୃଦ୍ଧି ହେବାରେ ଲାଗିଥାଏ ।

୬. ଖାଦ୍ୟକୁ ବଦଳେଇବା – ଆପଣ ନିର୍ଦ୍ଦିଷ୍ଟ ଡାଏଟକୁ ଅନୁସରଣ କରିବା ପରିବର୍ତ୍ତେ ଫଳ, ପନିପରିବା, ହାଲକା ମାଂସ ଏସବୁକୁ ପ୍ରାଥମିକତା ଦିଅନ୍ତୁ ।