ଜାମିନ, ଅନ୍ତରୀଣ ଜାମିନ ଓ ଅଗ୍ରିମ ଜାମିନ, ଏ ତିନି ଭିତରେ ପାର୍ଥକ୍ୟ ଜାଣନ୍ତି….

ଓଡିଶା ଭାସ୍କର: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଅନ୍ତରୀଣ ଜାମିନ । ସାଧାରଣତଃ କେବେ କୌଣସି ଆରୋପୀ ଯଦି ଜେଲ ଯାଏ ବା ଫେରେ ତେବେ ଆମେ ଜାମିନ, ଅନ୍ତରୀଣ ଜାମିନ ଓ ଅଗ୍ରିମ ଜାମିନ ଭଳି ଶବ୍ଦ ଶୁଣିଥାଉ । ବହୁ ଲୋକ ଏହି ତିନି ଶବ୍ଦକୁ ନେଇ ଦ୍ୱନ୍ଦ୍ୱରେ ପଡନ୍ତି । ଏହି ଦ୍ୱନ୍ଦ୍ୱ ଦୂର ପାଇଁ ଜାଣିବା ଏହି ତିନି ଶବ୍ଦ ଭିତରେ କ’ଣ ଥାଏ ପାର୍ଥକ୍ୟ ।

ଅଦାଲତରୁ ଅଭିଯୁକ୍ତ ସଶର୍ତ ରିହା ଯଦି ହୋଇଥାଏ ତେବେ ତାହାକୁ ଜାମିନ ଦିଆଯାଇଥାଏ, ମାନେ ଅଭିଯୁକ୍ତ ଆବଶ୍ୟକତା ପଡିଲେ ଅଦାଲତ ଡାକିଲେ ପୁଣିଥରେ ତାଙ୍କ ପାଖକୁ ଯାଇଥାଏ । ଏ କ୍ଷେତ୍ରରେ ଅଭିଯୁକ୍ତକୁ ଉପଯୁକ୍ତ ରାଶି ମଧ୍ୟ ଦେବାକୁ ପଡେ । ଦଣ୍ଡ ପ୍ରକ୍ରିୟା ସଂହିତା ୪୩୭ ଅନୁଯାୟୀ ଜାମିନ ପାଇଁ ଜଣେ ଆବେଦନ କରେ ଓ ମାଜିଷ୍ଟ୍ରେଟ ତାହାକୁ ଜାମିନ ଦିଅନ୍ତି । ଯଦି ଅଭିଯୁକ୍ତ ଗମ୍ଭୀର ଅପରାଧ କରିଥାଏ ତେବେ ଅଦାଲଦ ପାଖରେ ନିଜର ଆଦେଶକୁ ରଦ୍ଦ କରିବାର କ୍ଷମତା ମଧ୍ୟ ଅଛି । ରଦ୍ଦ ପରେ ଅଭିଯୁକ୍ତ ଜାମିନ ଆଉ ପାଇ ନ ଥାଏ ।

ସେହିଭଳି ଅନ୍ତରୀଣ ଜାମିନ କିଛି ସମୟ ପାଇଁ ଉଦ୍ଦିଷ୍ଟ ଥାଏ । ଯେମିତିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏହା ଦିଆଯାଇଛି । କୋର୍ଟ ଏହି ଅନ୍ତରୀଣ ଜାମିନ ସେହି ସମୟରେ ଦେଇଥାଏ ଯେବେ ରେଗୁଲାର ବେଲ ଏପ୍ଲିକେଶନ ଉପରେ ଶୁଣାଣି ହେଉଥାଏ । ଏଥିରେ ଚାର୍ଚସିଟର ମାଗିଥାଏ କୋର୍ଟ । ଏହା ଲମ୍ବା ପ୍ରକ୍ରିୟା ହୋଇଥିବାରୁ ଅଭିଯୁକ୍ତଙ୍କୁ ଅନ୍ତରୀଣ ଜାମିନ ଦିଆଯାଏ ।

ସେହିପରି ଜଣେ ବ୍ୟକ୍ତି ଯଦି କୌଣସି ଅପରାଧରେ ଗିରଫ ହେବାର ଆଶଙ୍କା କରେ ସେ ଅଦାଲଦଠାରେ ଅଗ୍ରିମ ଜାମିନର ଆବେଦନ କରେ । ଯଦି ଜଣେ ବ୍ୟକ୍ତିକୁ ଲାଗେ କି ସେ ଅପରାଧ ନ କରି ବି ଅପରାଧୀ ସାଜିପାରେ ତେବେ ସେହି ସମୟରେ ସେ ଏହି ଅଗ୍ରିମ ଜାମିନର ଆବେଦନ କରିଥାଏ ।