fbpx
BSKY
BJD MC SKY
BJD MS SKY

ସୁଟକେସ୍ ରହସ୍ୟ! PMଙ୍କ ସୁରକ୍ଷା କର୍ମୀ କାହିଁକି ଧରନ୍ତି ସେ ବକ୍ସ? ଜାଣନ୍ତୁ…

ନୂଆଦିଲ୍ଲୀ: ଭାରତର ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ମନ୍ତ୍ରୀପରିଷଦର ଅଧ୍ୟକ୍ଷ ହେଉଛନ୍ତି ପ୍ରଧାନମନ୍ତ୍ରୀ । ସେ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରଶାସନିକ ମୁଖ୍ୟ ତଥା ରାଷ୍ଟ୍ରପତିଙ୍କର ମୁଖ୍ୟ ପରାମର୍ଶଦାତା । ସମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ଥିଲେ ବି ବାସ୍ତବ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର ମନ୍ତ୍ରୀ ପରିଷଦ ଏହି ସମସ୍ତ କ୍ଷମତା ପ୍ରୟୋଗ କରନ୍ତି । ସେଥିପାଇଁ କୁହାଯାଇଛି ଯେ ଭାରତରେ ସମସ୍ତଙ୍କ ଅପେକ୍ଷା ଅଧିକ କ୍ଷମତାଶାଳୀ ସାମ୍ବିଧାନିକ ପଦବୀର ଅଧିକାରୀ ହେଉଛନ୍ତି ସ୍ୱୟଂ ପ୍ରଧାନମନ୍ତ୍ରୀ ।

ନରେନ୍ଦ୍ର ମୋଦୀ ହେଉଛନ୍ତି ଭାରତର ୧୪ ତମ ପ୍ରଧାନମନ୍ତ୍ରୀ । ତାଙ୍କର ସୁରକ୍ଷା ପାଇଁ ସ୍ପେଶାଲ ଅପରେସନ ଫୋର୍ସ ଭଳି ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ କରାଯାଇଛନ୍ତି । ତାଙ୍କ ସୁରକ୍ଷାରେ ସ୍ପେଶାଲ ପ୍ରୋଟେକ୍ସନ ଫୋର୍ସ (ଏସପିଏଫ)ର ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଏହି ଏସପିଏଫ୍ ସୁରକ୍ଷା କର୍ମୀ କେବଳ ପ୍ରଧାନମନ୍ତ୍ରୀ ନୁହେଁ ବରଂ ତାଙ୍କର ପରିବାରର ମଧ୍ୟ ସୁରକ୍ଷା କରିଥାନ୍ତି । ପ୍ରଧାନମନ୍ତ୍ରୀ ଚାହଁଲେ ଏସପିଏଫ୍ ସୁରକ୍ଷା ନେଇପାରିବେ କିମ୍ବା ଏଥିପାଇଁ ମନା କରିପାରିବେ । ଏହି ଏସପିଏଫ୍ ସୁରକ୍ଷା କର୍ମୀ ହେଉଛନ୍ତି ଉଚ୍ଚ ପ୍ରଶିକ୍ଷିତ ଏବଂ ସେମାନେ ଅଟୋମେଟିକ ବନ୍ଧୁକ, ୧୭ ଏମ ଭଳି ପିସ୍ତଲ ଏବଂ ଏଫଏନଏଫ-୨୦୦୦ ଆସଲ୍ଟ ରାଇଫଲ ଭଳି ଅସ୍ତ୍ର ଶସ୍ତ୍ର ଚଳାଇବାରେ ପାରଙ୍ଗମ ।

ତେବେ କ’ଣ ଆପଣ କେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ନିୟୋଜିତ ଥିବା ଏସପିଫର ସୁରକ୍ଷା କର୍ମୀଙ୍କ ହାତରେ ଏକ ସ୍ୱତନ୍ତ୍ର କଳାରଙ୍ଗର ବ୍ରିଫକେସ ଥିବାର ଦେଖିଛନ୍ତି କି? ଅନେକ କହିଥାନ୍ତି ଏହି ବ୍ୟାଗରେ ନ୍ୟୁ କ୍ଲିୟର ବଟନ କିମ୍ବା ମେସିନ୍ ଗନ ରହିଛି । ଯେତେବେଳେକି ନ୍ୟୁକ୍ଲିୟାର କମାଣ୍ଡ ପାଇଁ କ୍ୟାବିନେଟ କଣ୍ଟ୍ରୋଲ ସିକ୍ୟୁରିଟି(ସିସିଏସ)ର ଅନୁମତି ଦରକାର ରହିଛି ।

ତେବେ ପ୍ରକୃତରେ ଏଥିରେ ଏକ ବୁଲେଟପ୍ରୁଫ୍ ସିଲଡ୍ ରହିଛି ଯାହା ପ୍ରଧାନମନ୍ତ୍ରୀଙ୍କ ପରି ଭିଆଇପିଙ୍କ ସୁରକ୍ଷା ପାଇଁ ରହିଛି । ଏହା ଜରୁରୀ ସମୟରେ ଏକ ଅସ୍ଥାୟୀ ରୂପରେ ସୁରକ୍ଷା ପ୍ରଦାନ କରିଥାଏ । ଏହି ନ୍ୟୁକ୍ଲିଅର ବ୍ରିଫକେସ୍ ଭଳି ଦେଖାଯାଉଥିବା ବ୍ରିଫକେସ୍ ଏକ ସୁରକ୍ଷା କବଚ ଭଳି କାମ କରିଥାଏ । ଏହି ବ୍ରିଫକେସ୍ ଏନଆଇଜେ ୩ ବାଲିଷ୍ଟିକ ସ୍ତରର ସୁରକ୍ଷା ପ୍ରଦାନ କରିଥାଏ । ଏହି ସୁରକ୍ଷା କବଚକୁ ଖୋଲିବାକୁ ହେଲେ ଏହାକୁ ତଳୁ ଟାଣିବାକୁ ପଡ଼ିଥାଏ । ଏହା ଛଡ଼ା ଏଥିରେ ଜରୁରୀ ଡକ୍ୟୁମେଣ୍ଟ ଏବଂ ପିସ୍ତଲ ରଖିବା ପାଇଁ ସ୍ଥାନ ମଧ୍ୟ ରହିଛି ।

ଏସପିଏଫ ଅନ୍ତର୍ଜାତୀୟ ଅତିଥିଙ୍କୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାନ୍ତି । ଏସପିଏଫ କମାଣ୍ଡର ସେଣ୍ଟ୍ରାଲ ଆର୍ମ ଫୋର୍ସ ଦ୍ୱାରା ନିୟୋଜିତ ହୋଇଥାନ୍ତି ।

Get real time updates directly on you device, subscribe now.