ସ୍ବପ୍ନରେ ମୃତ ପରିଜନଙ୍କୁ ଦେଖୁଛନ୍ତି କି? ଜାଣନ୍ତୁ କଣ ଏହାର ସଙ୍କେତ

ସ୍ବପ୍ନରେ ମୃତ ପରିଜନଙ୍କୁ ଦେଖିବା ଆର୍ଶିବାଦ ବୋଲି କୁହାଯାଇଥାଏ ।

ଭୁବନେଶ୍ବର: ଶୋଇବା ସମୟରେ ବେଳେବେଳେ ସ୍ବପ୍ନ ଦେଖାଯାଇଥାଏ । ସେଥିରୁ କିଛି ସ୍ବପ୍ନ ମନେ ରୁହେ ଏବଂ କିଛି ମନେ ରୁହେ ନାହିଁ । କେତେକ ସମୟରେ ମୃତ ବ୍ୟକ୍ତି ସ୍ବପ୍ନରେ ଆସିଥାନ୍ତି । ସେମାନଙ୍କ ସହିତ କଥା ହେବା ଭଳି ଲାଗିଥାଏ ।

ମନୋବୈଜ୍ଞାନିକ କାରଣ ଅନୁସାରେ, ଯେତେବେଳେ କୌଣସି ପରିବାର ସଦସ୍ୟର ମୃତ୍ୟୁ ହୋଇଥାଏ, ସେତେବେଳେ ସେମାନେ ଆମ ସହିତ ରହିବା ଭଳି ଲାଗିଥାଏ । ସେମାନେ ଭାବନାରେ ଯୋଡି ହୋଇ ରହିଥାନ୍ତି । ଶୋଇବା ଓ ଉଠିବା ସମୟରେ ତାଙ୍କର କଥା ସବୁବେଳେ ମନେପଡିଥାଏ। ଏହି କାରଣରୁ ସେମାନେ ସ୍ବପ୍ନରେ ଆସିଥାନ୍ତି ।

ମୃତ ପରିଜନମାନେ ସ୍ବପ୍ନରେ ବହୁବାର ଆର୍ଶିବାଦ ଦେବାକୁ ଆସିଥାନ୍ତି ବୋଲି ମଧ୍ୟ କୁହାଯାଇଥାଏ ।  ଯଦି ସେମାନେ କୌଣସି ପୂଣ୍ୟ କାମ କରନ୍ତି କିମ୍ବା କିଛି ଉପଲବ୍ଧି ହୁଏ ତେବେ ପିତୃଲୋକେ ଖୁସି ହୋଇ ଆସିଥାନ୍ତି ବୋଲି କୁହାଯାଇଥାଏ ।

ଯଦି ମୃତ ପରିଜନ ବାରମ୍ବାର ସ୍ବପ୍ନରେ ଆସିଥାନ୍ତି ତେବେ ଏହାର କାରଣ ଏହା ରହିଥାଏ ଯେ, ସେମାନେ ଆମକୁ କିଛି କହିବାକୁ ଚାହୁଁଛନ୍ତି କିମ୍ବା ତାଙ୍କର କିଛି ଇଛା ରହିଛି । ସେମାନଙ୍କର କିଛି ପ୍ରିୟ ଜିନିଷ ତାଙ୍କ ନାଁରେ ଦାନ କରିବା ଦ୍ବାରା ଆତ୍ମା ଶାନ୍ତି ପାଇଥାଏ ବୋଲି କୁହାଯାଇଥାଏ ।