fbpx

Tax Saving Tips: ୧୦ ଲକ୍ଷ ଆୟ ଉପରେ ବି ଦେବାକୁ ପଡିବ ନାହିଁ ଟ୍ୟାକ୍ସ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ : ସର୍ବଦା ଲୋକେ କୁହନ୍ତି ସେମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ କିଛି ଅଧିକ। ତଥାପି ସେମାନଙ୍କୁ ଆୟକର ଟ୍ୟାକ୍ସ ଦେବାକୁ ପଡୁଛି। ଏମିତିରେ ନୂତନ ବର୍ଷ ଆସି ସାରିଛି ଏବଂ ଟ୍ୟାକ୍ସ ବଞ୍ଚାଇବା ପାଇଁ ଲୋକେ ଭିନ୍ନ ଭିନ୍ନ ପନ୍ଥା ଆପଣେଇବାରେ ଲାଗିଛନ୍ତି। ଏମିତିରେ ଆପଣ ୨୦୨୨ ମାର୍ଚ୍ଚ ସୁଦ୍ଧା ଟ୍ୟାକ୍ସ ସେଭିଂ ବା ଟ୍ୟାକ୍ସ ବଞ୍ଚାଇବା ପାଇଁ ପଦକ୍ଷେପ ନେଇ ପାରନ୍ତି।
ଇନକମ ଟ୍ୟାକ୍ସ ସେଭିଂ ଟିପ୍ସ
ଆୟକର ନିୟମ ଅନୁଯାୟୀ, ବାର୍ଷିକ ୨.୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିନଥାଏ। ୨.୫-୫ ଲକ୍ଷର ଆୟ ଉପରେ ୫ ପ୍ରତିଶତ ଟ୍ୟାକ୍ସ ଦେବାର ନିୟମ ରହିଛି। ସେହି ପରି ୫-୧୦ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କଠୁ ୨୦ ପ୍ରତିଶତ ଟ୍ୟାକ୍ସ ଆଦାୟ କରାଯାଏ। ବାର୍ଷିକ ୧୦ ଲକ୍ଷ କିମ୍ବା ସେଥିରୁ ଅଧିକ ଆୟକାରୀଙ୍କୁ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିଥାଏ।
ଯଦି ଆପଣ ଚାହିଁବେ ତେବେ ଆପଣଙ୍କୁ ଗୋଟିଏ ହେଲେ ଟଙ୍କା ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଆପଣଙ୍କ ଦରମା ୧୦.୫୦ ଲକ୍ଷ ଟଙ୍କା ହୋଇଥିଲେ ମଧ୍ୟ ଆପଣ ନିବେଶ ଏବଂ ଟ୍ୟାକ୍ସ ବାବଦ ଟଙ୍କା ବଞ୍ଚାଇ ପାରିବେ। ଏଥିପାଇଁ ଆପଣଙ୍କୁ ସଞ୍ଚୟ ଏବଂ ଖର୍ଚ୍ଚ ମଧ୍ୟରେ ଉତ୍ତମ ସମନ୍ଵୟ ରଖିବାକୁ ପଡିବ।
ଯଦି ଆପଣଙ୍କ ଦରମା ବାର୍ଷିକ ୧୦,୫୦,୦୦୦ ଟଙ୍କା ରହିଛି, ତେବେ ଏହା ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାର ପ୍ରାବଧାନ ରହିଛି। ତଥାପି ଆପଣଙ୍କୁ ଗୋଟିଏ ହେଲେ ଗୋଟିଏ ଟଙ୍କା ଟ୍ୟାକ୍ସ ଭାବେ ଦେବାକୁ ପଡିବ ନାହିଁ।
୧ – ଷ୍ଟାଣ୍ଡାର୍ଡ ଡିଡକ୍ସନ ଭାବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିଥାଏ। ପ୍ରଥମେ ଆପଣ ନିଜର ଆୟ ହ୍ରାସ କରି ଦିଅନ୍ତୁ। ୧୦,୫୦,୦୦୦ରୁ ୫୦ ହଜାର ଟଙ୍କା କାଟି ଦେଲେ ଆପଣଙ୍କ ୧୦ ଲକ୍ଷ ଟଙ୍କା ଟ୍ୟାକ୍ସର ପରିଧିରେ ଆସୁଛି।
୨ – ଯଦି ଆପଣ ୮୦ସି ଆଧାରରେ ୧.୫ ଲକ୍ଷ ଟଙ୍କା ବଞ୍ଚାଇବାକୁ ଚାହାନ୍ତି ତେବେ ଏଥିପାଇଁ ଇପିଏଫ, ପିପିଏଫ, ଇଏଲଏସଏସ, ଏନଏସସିରେ ନିବେଶ କରିବାକୁ ପଡିଥାଏ। ଏହା ବ୍ୟତୀତ ଆପଣ ଦୁଇଟି ପିଲାଙ୍କ ଟ୍ୟୁସନ ଫି ୧.୫ ଲକ୍ଷ ପର୍ଯ୍ୟନ୍ତ ଦର୍ଶାଇଲେ ଆୟକର ଛାଡର ଲାଭ ଉଠାଇ ପାରିବେ। ଯଦି ଆପଣ ଦେଢ ଲକ୍ଷ ଆୟକୁ କମାଇ ଦେବେ ତେବେ ଆପଣଙ୍କ ୮ ଲକ୍ଷ ୫୦ ହଜାର ଟଙ୍କା ଟ୍ୟାକ୍ସର ପରିଧିରେ ଆସୁଛି।
୩ – ଯଦି ଆପଣ ନ୍ୟାସନାଲ ପେସନ ସିଷ୍ଟମ(ଏନପିଏସ)ରେ ବାର୍ଷିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିବେଶ କରିବେ, ତେବେ ସେକ୍ସନ ୮୦ ସିସିଡି(୧ବି) ଆଧାରରେ ଆପଣଙ୍କୁ ଅତିରିକ୍ତ ୫୦ ହଜାର ଟଙ୍କାର ଆୟକର ବଞ୍ଚାଇବାରେ ସହାୟକ ହେବ। ଏବେ ଏହି ମୋଟ୍ ଆୟରୁ ୫୦ ହଜାର ହ୍ରାସ କରି ଦେଲେ ଆପଣଙ୍କ ପାଖରେ ରହିଲା ବାର୍ଷିକ ୮ ଲକ୍ଷ ଟଙ୍କା।
୪ – ହୋମ ଲୋନ୍ କରିଥିବା ଗ୍ରାହକ ଅତିରିକ୍ତ ୨ ଲକ୍ଷ ଟଙ୍କା ବଞ୍ଚାଇ ପାରିବେ। ଯଦି ଆପଣ ହୋମ ଲୋନ୍ କରିଛନ୍ତି, ତେବେ ପୁଣି ଇନକମ ଟ୍ୟାକ୍ସର ଧାରା ୨୪ବି ଆଧାରରେ ୨ ଲକ୍ଷର ସୁଧ ଉପରେ ଟ୍ୟାକ୍ସ ଛାଡର ଲାଭ ଉଠାଇ ପାରିବେ। ଏଥିରୁ ବି ଆପଣ ବାର୍ଷିକ ଆୟକୁ ହ୍ରାସ କରିବେ ଅର୍ଥାତ ୮ ଲକ୍ଷରୁ ୨ ଲକ୍ଷ କାଟି ଦେବେ ତେବେ ଆପଣଙ୍କ ବାର୍ଷିକ ଆୟ ୬ ଲକ୍ଷ ଟଙ୍କା ହେଉଛି।
୫ – ଆୟକର ଟ୍ୟାକ୍ସର ସେକ୍ସନ ୮୦ଡି ଆଧାରରେ ମେଡିକାଲ ପଲିସିକୁ ନେଇ ଆପଣ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଟ୍ୟାକ୍ସ ବଞ୍ଚାଇ ପାରିବେ। ସ୍ଵାସ୍ଥ୍ୟ ବୀମାରେ ଆପଣଙ୍କର, ଆପଣଙ୍କର ପତ୍ନୀ ଏବଂ ପିଲାଙ୍କର ନାମ ରହିବା ଉଚିତ୍। ଏହି ପରି ଆପଣ ସ୍ଵାସ୍ଥ୍ୟ ବୀମା ପ୍ରିମିୟମ ପାଇଁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ଦାବି କରି ପାରିବେ। ଏହା ବ୍ୟତୀତ ଯଦି ଆପଣଙ୍କ ବାପା-ମା ବରିଷ୍ଠ ନାଗରିକ ତେବେ ତାଙ୍କ ନାମରେ ସ୍ଵାସ୍ଥ୍ୟ ବୀମା କିଣି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ ପାଇ ପାରିବେ। ଏହି ପରି ୬ ଲକ୍ଷରୁ ୭୫ ହଜାରରୁ କାଟି ଦେଲେ ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷ ୨୫ ହଜାରକୁ ଖସି ଆସୁଛି।
୬ – ଆପଣ କୌଣସି ସଂସ୍ଥାକୁ ଚାନ୍ଦା କିମ୍ବା ଦାନ ଦେଇ ଟ୍ୟାକ୍ସରେ ୨୫ ହଜାର ଟଙ୍କାର ଲାଭ ଉଠାଇ ପାରିବେ। ଏହା ତେବେ ମାନ୍ୟ ହେବ ଯେବେ ଆପଣ ଦାନ କିମ୍ବା ଚାନ୍ଦାର ମୋହର ଲାଗିଥିବା ରସିଦ ଜମା କରିବେ। ଇନକମ ଟ୍ୟାକ୍ସର ସେକ୍ସନ ୮୦ଜି ଆଧାରରେ ଦାନ କିମ୍ଵା ଚାନ୍ଦା ଭାବେ ଦିଆଯାଉଥିବା ଟଙ୍କା ଉପରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ ଦାବି କରି ପାରିବେ। ୫ ଲକ୍ଷ ୨୫ ହଜାରରୁ ୨୫ ହଜାର କାଟି ଦେଲେ ଏବେ ଆପଣଙ୍କ ଆୟ ୫ ଲକ୍ଷକୁ ଖସି ଆସୁଛି।

Get real time updates directly on you device, subscribe now.