fbpx

ଲଗାତାର ହେକୁଟି ଆସିଲେ କୁହାଯାଏ କେଉଁ ସଂପର୍କୀୟ ମନେପକାଉଛନ୍ତି, ଜାଣନ୍ତୁ ଏହାର କାରଣ

ଓଡ଼ିଶା ଭାସ୍କର: ପ୍ରାୟତଃ ଯେତେବେଳେ ଆମର ହାକୁଟି ଆସେ, ଆମେ ଭାବୁ ଯେ କେହି ଆମକୁ ମନେପକାଉଛନ୍ତି। ବେଳେବେଳେ ଆମକୁ ସର୍ବସାଧାରଣ ସ୍ଥାନରେ ହାକୁଟି ଆସିବା ଆରମ୍ଭ କରିଥାଏ, ସେହି ସମୟରେ ଆମେ ପାଣି ପିଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁ। ବାସ୍ତବରେ, ହାକୁଟି ପଛରେ ଅନେକ କାରଣ ଅଛି। ବେଳେବେଳେ ଏହା ଗଳାରେ ଫସି ରହିଥିବା ଖାଦ୍ୟ ହେତୁ ହୁଏ ଏବଂ ବେଳେବେଳେ ଅତ୍ୟଧିକ ମସଲାଯୁକ୍ତ ଖାଦ୍ୟ ଖାଇବା ହେତୁ ଆସିଥାଏ।

ଏହାକୁ ବନ୍ଦ କରିବା ପାଇଁ, ଯେତେବେଳେ ଲୋକମାନେ ପାଣି ପିଅନ୍ତି, କେହି କେହି ବନ୍ଧୁମାନଙ୍କ ନାମ ନେବା ଆରମ୍ଭ କରନ୍ତି, ଯେଉଁମାନେ ସେମାନଙ୍କୁ ମନେ ରଖିଛନ୍ତି। କିନ୍ତୁ ଏହି ସମସ୍ୟାର ପ୍ରକୃତ କାରଣ ଜାଣିବାକୁ କେହି ଚେଷ୍ଟା କରନ୍ତି ନାହିଁ। ଆସନ୍ତୁ ଏହା ପଛରେ ଥିବା କାରଣ ବିଷୟରେ ଜାଣିବା।

କାହିଁକି ଆସେ ହାକୁଟି: ହାକୁଟି ଆମ ଶରୀରର ଏକ ପ୍ରକ୍ରିୟା।ବୈଜ୍ଞାନିକଙ୍କ ଅନୁଯାୟୀ, ହାକୁଟି ନିଶ୍ୱାସ ପ୍ରଶ୍ୱାସ ସହିତ ସିଧାସଳଖ ଜଡିତ। ଯଦି ଆମର ହଜମ କିମ୍ବା ଶ୍ୱାସକ୍ରିୟାରେ କୌଣସି ସମସ୍ୟା ଥାଏ, ତେବେ ହାକୁଟି ଆରମ୍ଭ ହୁଏ। ପେଟ ଏବଂ ଫୁସଫୁସ ମଧ୍ୟରେ ତିବା diaphragm ଏବଂ ଫସଲିୟୋର ମାଂସପେଶୀରେ କଣ୍ଟ୍ରାକ୍ସନ ହେବା କାରଣରୁ ହାକୁଟି ଆସିଥାଏ। ସାଧାରଣତଃ ଯେତେବେଳେ ଆପଣ ନିଶ୍ୱାସ ନେଉଛନ୍ତି, ସେହି ସମୟରେ diaphragm ଏହାକୁ ତଳକୁ ଟାଣିଥାଏ ଏବଂ ନିଶ୍ୱାସ ଛାଡିବାରେ ଏହା ଆରମ ଭାବେ ପୁନଶ୍ଚ ଆସିଥାଏ।

diaphragmର ସଂକୋଚନ ହେତୁ ଫୁସଫୁସ ଶୀଘ୍ର ବାୟୁ ଟାଣିବା ଆରମ୍ଭ କରେ ଯେଉଁଥିପାଇଁ ବ୍ୟକ୍ତି ହାକୁଟି ମାରିବା ଆରମ୍ଭ କରେ। ହାକୁଟି ହେବାର କାରଣ ମଧ୍ୟ ପେଟ ସହିତ ଜଡିତ। ଯଦି ଆପଣ ଅଧିକ ଖାଦ୍ୟ ଖାଆନ୍ତି, ତେବେ ଆପଣଙ୍କ ପେଟ ଫୁଲି ଯାଏ ଏବଂ ଏହା ମଧ୍ୟ ହାକୁଟି ସୃଷ୍ଟି କରେ।

Get real time updates directly on you device, subscribe now.