ଗର୍ଭପାତକୁ ନେଇ ନିଷ୍ପତ୍ତି ପରେ ବଢ଼ିଲା ବିବାଦ, ଜାଣନ୍ତୁ ଭାରତରେ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ମହିଳାଙ୍କ ଆବୋର୍ସନଙ୍କୁ ନେଇ ଆମେରିକା ସୁପ୍ରିମକୋର୍ଟଙ୍କ ବିବାଦୀୟ ବୟାନ ପରେ ଦେଶରେ ବିବାଦ ଦେଖାଦେଇଛି । କେବଳ ଆମେରିକାରେ ନୁହେଁ ବର୍ତ୍ତମାନ ଏହା ସମଗ୍ର ବିଶ୍ୱରେ ଡିବେଟରେ ପରିଣତ ହୋଇଛି । ଆମେରିକା ସୁପ୍ରିମ କୋର୍ଟ ଶୁକ୍ରବାର ଏକ ଐତିହାସିକ ନିଷ୍ପତ୍ତିରେ ଗର୍ଭପାତର ଅଧିକାର ସମାପ୍ତ କରିଛନ୍ତି । ଆମେରିକାରେ ଗର୍ଭପାତ କରାଇବା ଏବେ ସମ୍ବିଧାନିକ ଅଧିକାର ହୋଇରହିନାହିଁ । ୟୁଏସ ସୁପ୍ରିମକୋର୍ଟ ୧୯୭୩ ର ‘ରଏ ବନାମ ୱେଡ’ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ।

ତେବେ ଆସନ୍ତୁ ଜାଣିବା ଗର୍ଭପାତକୁ ନେଇ ଭାରତରେ କ’ଣ ନିୟମ ରହିଛି:

–              ଉଦ୍ଦେଶ୍ୟମୂଳକ ଭାବରେ ଗର୍ଭପାତ କରାଇବା ଭାରତରେ ଏକ ଅପରାଧ । ସମ୍ବିଧାନର ଧାରା ୩୧୨ ଅନୂଯାୟୀ ଏଭଳି କରିବା ଦ୍ୱାରା କଡ଼ା ଦଣ୍ଡବିଧାନ ରହିଛି । କେବଳ ମହିଳାଙ୍କ ଜୀବନ ବଞ୍ଚାଇବା ଏବଂ କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଅନୁମତି ରହିଛି । ଏମଟିପି ଆକ୍ଟ ଅନୂଯାୟୀ ମହିଳାଙ୍କ ପରିଚୟ ଗୋପନୀୟ ରଖିବାକୁ ବାଧ୍ୟ ।

ଭାରତରେ ଗର୍ଭପାତ ବୈଧ:

ହଁ, ଭାରତରେ ପ୍ରାୟ ୫୦ ବର୍ଷରୁ ଗର୍ଭପାତ ବୈଧ । ତେବେ କେବଳ କିଛି ନିଦ୍ଧିଷ୍ଟ ପରିସ୍ଥିତିରେ । ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସୀ (ଏମଟିପି) ଆକ୍ଟ ୧୯୭୧ ଅଧୀନରେ କେବଳ କିଛି ପରିସ୍ଥିତିରେ ଗର୍ଭପାତ ପାଇଁ ଅନୁମତି ରହିଛି ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ । ଏମଟିପି ଆକ୍ଟ ଲାଗୁ ହେବା ସମୟରେ ଗର୍ଭଧାରଣର ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିହେବାନେଇ ଅନୁମତି ରହିଥିଲା । ତେବେ ୨୦୨୧ ରେ ଏକ ସଂଶୋଧନ ପରେ ଏହି ଅବଧିକୁ ୨୪ ସପ୍ତାହକୁ ବଢ଼ାଯାଇଥିଲା ।

କ’ଣ ରହିଛି ଗର୍ଭଧାରଣ ପାଇଁ ସର୍ତ୍ତ:

୧.         ଯଦି ୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବାକୁ ଚାହୁଥାନ୍ତି ତେବେ ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନିହାତି ଆବଶ୍ୟକ

୨.         ଯଦି ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବାକୁ ଚାହୁଛନ୍ତି ତେବେ ଏଥିପାଇଁ ଦୁଇ ଜଣ ଡାକ୍ତରଙ୍କ ପରାମର୍ଶ େନେବାକୁ ହେବ ।

୩.         ଆଉ ପୁଣି ଗର୍ଭପାତ ସେତେବେଳେ କରାଯିବ ଯେତେବେଳେ ମହିଳାଙ୍କ ଜୀବନ ପ୍ରତି ବିପଦ ରହିଥିବ ।

୪.         ଏହା ସହ ଯଦି ଜଣାପଡ଼େ ଯେ ଶିଶୁ କୌଣସି ମାନସିକ ଏବଂ ଶାରୀରିକ ଅକ୍ଷମତା ରହିଛି ।

୨୪ ସପ୍ତାହ ବଢ଼ାଯିବା ପାଇଁ ସର୍ତ୍ତ:

ଯଦି ମହିଳା ଯୌନ ନିର୍ଯ୍ୟାତନା, ବଳାତ୍କାର କିମ୍ବା ଦୁଷ୍କର୍ମର ଶିକାର ହୋଇଛନ୍ତି । ତେବେ ସେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ। ଏହି ସମୟ ଅବଧି ନାବାଳିକା, ଶାରୀରିକ ଅକ୍ଷମ ମହିଳା ଏବଂ ମାନସିକ ରୋଗୀମାନଙ୍କ ପାଇଁ ରହିଛି । ଏହା ବ୍ୟତୀତ, ଯଦି ଏହି ସମୟ ମଧ୍ୟରେ ଜଣେ ମହିଳାଙ୍କ ବୈବାହିକ ସ୍ଥିତିରେ ପରିବର୍ତ୍ତନ ହୁଏ, ଯଦି ସେ ଛାଡପତ୍ର ଦେଇଥାନ୍ତି କିମ୍ବା ବିଧବା ହୋଇଥାନ୍ତି, ତେବେ ତାଙ୍କ ପାଇଁ ବର୍ଦ୍ଧିତ ଅବଧି ସୀମା ରହିଛି । ଯଦି ଭ୍ରୁଣରେ ଜଟିଳ ଅକ୍ଷମତା ରହିଥାଏ ଯାହା ଜୀବନ ପ୍ରତି ବିପଦ ହୋଇପାରେ ତେବେ ଏଭଳି ସ୍ଥିତିରେ ମା’ ଗର୍ଭପାତ କରାଇପାରିବେ । ଯୁଦ୍ଧ, ମାନବିକ ସଙ୍କଟ କିମ୍ବା ଜରୁରୀକାଳୀନ ପରିସ୍ଥିତି ଭଳି ଚରମ ପରିସ୍ଥିତିରେ ଗର୍ଭବତୀ ହୋଇଥିବା ମହିଳା ମଧ୍ୟ ଏହି ସୀମା ମଧ୍ୟରେ ଗର୍ଭପାତ କରାଇପାରିବେ ।

ସାଥୀଙ୍କ ସହମତି: ଅବିବାହିତା ମହିଳାମାନଙ୍କ ପାଇଁ ଭାରତରେ ଗର୍ଭପାତ କରାଇବା ଆଇନଗତ ଅଟେ। କିନ୍ତୁ ଜଣେ ବିବାହିତା ମହିଳାଙ୍କ ଯଦି ଉପରୋକ୍ତ କୌଣସି ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ଏବଂ ତାଙ୍କୁ ଗର୍ଭପାତ କରାଇବାକୁ ହୁଏ ତେବେ ଏଥିପାଇଁ ପତି-ପତ୍ନୀଙ୍କ ସହମତି ଆବଶ୍ୟକ କରନ୍ତି ନାହିଁ । ଅନ୍ୟ ପଟେ, ଜଣେ ସ୍ୱାମୀ ଜଣେ ମହିଳାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିପାରିବେ ନାହିଁ  । ଏଭଳି ପରିସ୍ଥିତିରେ ଏଥିପାଇଁ ଘରୋଇ ହିଂସା ମାମଲା ହୋଇପାରେ ଏବଂ ଗର୍ଭପାତ କରାଇଥିବାରୁ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରେ ।

ଆର୍ଥିକ ସହଯୋଗ:

ଭାରତ ସରକାର ଗର୍ଭପାତକୁ ସାର୍ବଜନୀନ ଜାତୀୟ ସ୍ୱାସ୍ଥ୍ୟ ବୀମା ପାଣ୍ଠି, ଆୟୁଷ୍ମାନ ଭାରତ ଏବଂ କର୍ମଚାରୀଙ୍କ ରାଜ୍ୟ ବୀମା ଅଧୀନରେ ଅନ୍ତର୍ଭୁକ୍ତ କରିଛନ୍ତି। ସର୍ଜିକାଲ୍ ଗର୍ଭପାତ ପାଇଁ ସରକାର ୧୫,୫୦୦ ଟଙ୍କା ପ୍ରଦାନ କରନ୍ତି ଯେଉଁଥିରେ ପରାମର୍ଶ, ଥେରାପି, ହସ୍ପିଟାଲରେ ଭର୍ତ୍ତି, ଔଷଧ, ୟୁଏସଜି ରହିଛି ।

“ଗର୍ଭପାତ ଛୁଟି” କୁ ଆଇନଗତ କରିବାରେ ଭାରତ ମଧ୍ୟ ବିଶ୍ୱର ପ୍ରଥମ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ଭାରତରେ ଜଣେ ମହିଳା ଗର୍ଭପାତର ଦିନକ ପରେ ପେଡ୍ ଲିଭ୍ ସହ ୬ ସପ୍ତାହ  ଛୁଟି ନେଇପାରିବେ ।