fbpx

ମଲାଇକାଙ୍କୁ ବିବାହ କରିବାକୁ ଅର୍ଜୁନ କରିଲେ ମନା, କାହିଁକି କହିଲେ ଏମିତି ଜାଣନ୍ତୁ

ମୁମ୍ବାଇ:ଆପଣ ବଲିଉଡ ରେ ଅନେକ ଯୋଡି ମାନଙ୍କର ପ୍ରେମ କାହାଣୀ ଦେଖିଥିବେ । ଏହା ମଧ୍ୟରୁ ବହୁ ଯୋଡି ଆପଣଙ୍କର ପସନ୍ଦ ମଧ୍ୟ ଥିବ । କିନ୍ତୁ ଅର୍ଜୁନ କପୁର ଆଉ ମଲାଇକା ଅରୋରାଙ୍କ ଯୋଡି ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ନିକଟରେ ଅର୍ଜୁନ କପୁରଙ୍କୁ କଫି ଉଇଥ୍ କରନରେ ଦେଖିବାକୁ ମିଳିଥିଲା । ଏଥିରେ ସେ ତାଙ୍କ ଭଉଣୀ ସୋନମ ଙ୍କ ସହ ଆସିଥିଲେ । ଏହି ସୋ ରେ ସେ ତାଙ୍କ ଉଭୟ ବ୍ୟକ୍ତିଗତ ଏବଂ ପେଶାଗତ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ ।

କରନ ପ୍ରଥମେ ଅର୍ଜୁନଙ୍କୁ ମଲାଇକାଙ୍କ ସହ ତାଙ୍କ ରିଲେସନକୁ ନେଇ ପ୍ରଶ୍ନ ପଚାରିଥିଲେ । କରନ ପଚାରିଲେ ତୁମେ ମଲାଇକା ସହ ତୁମର ରିଲେସନକୁ ଏତେ ବିଳମ୍ବରେ କାହିଁକି ପ୍ରକାଶ କରିଲ? ତେବେ ଏହି ଘଟଣାରେ ଅର୍ଜୁନ ଉତ୍ତର ଦେଇ କହିଛନ୍ତି ମଲାଇକା ଏବଂ ମୋର ସମ୍ପର୍କ ଭିନ୍ନ । ତାଙ୍କର ବ୍ୟକ୍ତଗତ ଜୀବନ ଅଛି , ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି । ମୁଁ ମୋ ଭିତରେ ଥିବା ଭାବନାକୁ ତାଙ୍କ ଉପରେ ଲଦି ଦେବାକୁ ଚାହୁଁ ନଥିଲି । ସେ ମୋତେ ନେଇ କଣ ଅନୁଭବ କରନ୍ତି ସେ କଥା ମୋ ପାଇଁ ବଡ । ମୁଁ ଏହି କଥାକୁ ସର୍ବ ସାଧାରଣରେ ପ୍ରକାଶ କରିବା ପୂର୍ବରୁ ତାଙ୍କୁ ସମୟ ଦେବାକୁ ଚାହୁଁଥିଲି । ଛୋଟ ଛୋଟ ପାଦ ଦେଇ ଆଗକୁ ବଢ଼ିବାକୁ ଚାହୁଁଥିଲି ତେଣୁ ଏହି କଥାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଥିଲେ ଏହା ସମ୍ଭବକର ହୋଇ ପାରି ନଥାଆନ୍ତା । ମଲାଇକାକୁ ନେଇ ୁମଁ କଣ ଅନୁଭବ କରୁଛି ସେଇଟା ମୋର ବ୍ୟକ୍ତିଗତ କଥା ମୁଁ ତାଙ୍କୁ କେବେ ଫୋର୍ସ କରି ନାହିଁ ।

ମଲାଇକାଙ୍କୁ ବିବହା କରିବାକୁ ନେଇ ପଚାରାଯିବାରୁ ଅର୍ଜୁନ କହିଛନ୍ତି ନାଁ । ବର୍ତ୍ତମାନ ବିବହା କରିବାକୁ ମୁଁ ଚାହୁଁ ନାହିଁ । ଆମେ ଏ ବିଷୟରେ କେବେ ଭାବି ନାହୁଁ । ମୁଁ ବର୍ତ୍ତମାନ କାର୍ଯ୍ୟ ଉପରେ ଫୋକସ କରିବାକୁ ଚାହୁଁଛି । ଗତ ଦୁଇ ବର୍ଷ ହେବ କରୋନା ପାଇଁ ଯେଉଁଭଳି ପରିସ୍ଥିତି ହୋଇ ଯାଇଛି କେଉଁଭଳି ଏହା ଠିକ ହୋଇ ପାରିବ ମୁଁ ତାହା ଉପରେ ବର୍ତ୍ତମାନ ଫୋକସ କରୁଛି । ମୁଁ ବର୍ତ୍ତମାନ ମୋର ଚଳଚିତ୍ର,ଫିଟନେସ କୁ ଅଧିକ ଗୁରୁତ୍ୱ ଦେଉଛି ।
ସୂଚନାମୁତାବକ ଅର୍ଜୁନ କପୁର ମଲାଇକା ଅରୋରା ଖାନ ସହିତ ବର୍ତ୍ତମାନ ସର୍ମ୍ପକ ରେ ଅଛନ୍ତି । ଆଉ ଏହି ଦମ୍ପତ୍ତିଙ୍କ ଟ୍ରିପ, ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଁଟୁଛନ୍ତି ।

Get real time updates directly on you device, subscribe now.