ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଆଡିଲେଡ ଟେଷ୍ଟରେ ଏବେ ଖୁବ ପଛରେ ରହିଯାଇଛି ଟିମ ଇଣ୍ଡିଆ । ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଆଉଟ ହେବା ପରେ ଅଷ୍ଟ୍ରେଲିଆ ୩୩୭ ରନ୍ କରିନେଇଛି । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟିଂ ସମୟରେ ଏକ ବିରାଟ ଲଢେଇ ଦେଖିବାକୁ ମିଳିଛି । ଅଶ୍ୱୀନଙ୍କ ଓଭରରେ ଟିମ ଇଣ୍ଡିଆ ଅପିଲା କରିଥିବା ବେଳେ ଏ ନେଇ ଅମ୍ପାୟାର ଏକ ବିବାଦୀୟ ନିଷ୍ପତ୍ତି ଦେଇଛନ୍ତି । ଏହାପରେ କିଙ୍ଗ କୋହଲି ଏବଂ ଅମ୍ପାୟାରଙ୍କ ମଧ୍ୟରେ ବିବାଦ ତଥା ଯୁକ୍ତିତର୍କ ଦେଖିବାକୁ ମିଳିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ବ୍ୟାଟିଂ ସମୟରେ ଏଭଳି ଘଟରା ଦେଖିବାକୁ ମିଳିଛି ।
ଅଷ୍ଟ୍ରେଲିଆ ଇନିଂସର ୫୮ତମ ଓଭରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱୀନ ବୋଲିଂ କରୁଥିବା ବେଳେ ସାମନାରେ ବ୍ୟାଟିିଂ କରୁଥିଲେ ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ । ଅଶ୍ୱୀନଙ୍କ ଏକ ବଲ ସିଧା ଷ୍ଟମ୍ପ ଆଗରେ ମାର୍ଶଙ୍କ ଗୋଡ଼/ପ୍ୟାଡରେ ବାଜିଥିଲା । ଏହାକୁ ନେଇ ଟିମ ଇଣ୍ଡିଆ ଅପିଲ କରିଥିବା ବେଳେ ସେ ଏହାକୁ ନଟ୍ ଆଉଟ୍ ଘୋଷଣା କରିଥିଲେ । ଅଧିନାୟକ ରୋହିତ ରିଭ୍ୟୁ ନେବାକୁ କହିଥିଲେ । କିନ୍ତୁ ପ୍ରମାଣ ଅଭାବରୁ ଏହାକୁ ନଟ୍ ଆଉଟ୍ ବୋଲି ଇସାରା କରିଥିଲେ ଥାର୍ଡ ଅମ୍ପାୟାର । ତେବେ ଆଉ ଏକ ପାଖରୁ ଏହା ଆଉଟ ବୋଲି ସ୍ପଷ୍ଟ ଜଣାପଡ଼ିଛି । ବଲ୍ ସିଧା ଯାଇ ମାର୍ଶଙ୍କ ପରେ ୱିକେଟରେ ବାଜୁଥିଲା । ଯାହାକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ଷ୍ଟାର କ୍ରିକେଟର ବିରାଟ କୋହଲି ।
ମାର୍ଶଙ୍କୁ ନଟ୍ ଆଉଟ ଦେବା ନିଷ୍ପତ୍ତିରେ ଟିମ ଇଣ୍ଡିଆକୁ ଲାଗିଛି ଏକ ଶକ୍ତ ଝଟକା । ଅମ୍ପାୟାର ମଧ୍ୟ ଏହି ନିଷ୍ପତ୍ତି ନେଇ ଅସନ୍ତୋଷ ଜାହିର କରିଥିଲେ ମଧ୍ୟ ବିରାଟ କୋହଲି ଏହାକ ବିରୋଧ କରିଛନ୍ତି । ଅନ୍-ଫିଲ୍ଡ ଅମ୍ପାୟାରଙ୍କ ପର୍ଥ ଟେଷ୍ଠ ବିବାଦ ବିଷୟରେ ମନେ ପକାଇ ଦେଇଛନ୍ତି । ପ୍ରଥମ ଟେଷ୍ଟରେ ଷ୍ଟାର ଓପନର କେ.ଏଲ ରାହୁଲଙ୍କ ୱିକେଟକୁ ନେଇ ବିବାଦ ଦେଖା ଦେଇଥିଲା ।