fbpx

ୱାନଖେଡେ ଷ୍ଟାଡିୟମରେ ରସେଲ ତୋଫାନ: ପଞ୍ଜାବକୁ ବିପକ୍ଷରେ କୋଲକାତାର ଏକତରଫା ବିଜୟ

Advertisement

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଅଷ୍ଟମ ମ୍ୟାଚରେ ଜବରଦସ୍ତ ପାଳି ଖେଳିଛନ୍ତି କୋଲକାତାର ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ପଞ୍ଜାବର ୧୩୮ ରନର ପିଛା କରି ଏକତରଫା ବିଜୟ ହାସଲ କରିଛି କୋଲକାତା । ୩୧ ବଲରେ ୮ ଛକା ଏବଂ ୨ ଚୌକା ସହ ୭୦ ରନ କରି ଦଳକୁ ବିଜୟ ଭେଟି ଦେଇଛନ୍ତି ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲ । ତାଙ୍କର ଏହି ଦମଦାର ପାଳି ଫଳରେ ୧୩୮ ରନ ଲକ୍ଷ୍ୟକୁ ମାତ୍ର ୫ ଓଭର ପାକି ଥାଇ ହାସଲ କରି ନେଇଛି କେକେଆର ।

୧୩୮ ରନର ପିଛା କରି କୋଲକାତା ତରଫରୁ ପାଳି ଆରମ୍ଭ କରିବାକୁ ଆସିଥିଲେ ଅଜିଙ୍କ୍ୟା ରାହାଣେ ଏବଂ ଭେଙ୍କଟେଶ ଆୟର । କିନ୍ତୁ ଉଭୟଙ୍କ ବ୍ୟାଟରୁ କିଛି ଭଙଲ ଇନିଂସ ପାଇ ପାରି ନଥିଲା କୋଲକାତା । ପଞ୍ଜାବ ପରି କୋଲକାତାରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ୩ ରନରେ ଭେଙ୍କଟେଶ ଆୟର ଆଉଟ ହୋଇତିବା ବେଳେ ରାହାଣେ ମଧ୍ୟ ଦଳ ପାଇଁ ମାତ୍ର ୧୨ ହିଁ କରି ପାରିଥିଲେ । ତେବେ ଅଧିନାୟକ ଶେୟସ ଆୟର ପାଳିକୁ ଆଗେଇ ନେବାକୁ ଚେଷ୍ଟା କରିବା ବେଳେ ୨୬ ରନରେ ରାହୁଲ ଚହରଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ମଇଦାନକୁ ଆସିଥିଲେ ଆନ୍ଦ୍ରେ ରସେଲ । ପଡିଆରେ ପାଦ ଦେଉ ଦେଉ ଆରମ୍ଭ କରିଥିଲେ ବିସ୍ପୋରକ ବ୍ୟାଟିଂ । ମାତ୍ର ୩୧ ବଲରେ ୭୦ ରନର ଧମାକାଦାର ପାଳି ଖେଳି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଛନ୍ତି ରସେଲ । ତାଙ୍କର ଏହି ପାଳିରେ ୮ଟି ଛକା ଏବଂ ୨ଟି ଚୌକା ସାମିଲ ରହିଛି । ରସେଲଙ୍କ ,ହି ପାଳି ବଳରେ କୋଲକାତା ୧୪.୩ ଓଭରରେ ୧୩୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରି ଆଉ ୨ ମୂଲ୍ୟବାନ ପଏଣ୍ଟ ହାସଲ କରିଛି ।

ସେପଟେ ପଞ୍ଜାବ ପକ୍ଷରୁ ରାହୁଲ ଚହର ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରାବାଡା ଏବଂ ଓଡିଅନ ସ୍ମିଥ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଏହି ମ୍ୟାଚକୁ ହାତଛଡା କରିଛି ପଞ୍ଜାବ କିଙ୍ଗସ ।

Get real time updates directly on you device, subscribe now.