fbpx

ଇମୋସନାଲ କାର୍ଡ ଖେଳିଲେ ଦିଦି, ଧାରଣାରତ୍ତ ଡାକ୍ତରଙ୍କୁ ଭେଟିବା ସହିତ ଦେଲେ ସାନ୍ତ୍ବନା

କୋଲକାତା: କୋଲକାତା ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନ୍ୟାୟ ପାଇଁ ମାସେ ହେଲା ଡାକ୍ତରମାନେ ଧାରଣାରେ ବସିଥିବା ବେଳେ ଆଜି ତାଙ୍କୁ ଭେଟିଛନ୍ତି ଦିଦି । ଡାକ୍ତରମାନଙ୍କୁ ଧାରଣାରୁ ହଟାଇବା ବର୍ତ୍ତମାନ ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଡାକ୍ତରମାନଙ୍କୁ ଭେଟି ଇମୋସନାଲ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଆମ ସରକାର ଆପଣମାନଙ୍କ ସହିତ ରହିଛି । ଏହି ମାମଲାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 3 ମାସ ଭିତରେ ତଦନ୍ତ ସାରିବା ପାଇଁ ମୁଁ ସିବିଆଇକୁ ଅନୁରୋଧ କରୁଛି । ମୋତେ ନିଜର ଚିନ୍ତା ନାହିଁ ବରଂ ଆପଣମାନଙ୍କର ଚିନ୍ତା ହେଉଛି, ତେଣୁ ମୁଁ ଆପଣଙ୍କ ସହିତ ସାକ୍ଷାତ କରିବା ପାଇଁ ଆସିଛି । ହଠାତ୍ ଆଜି ଆସି ଡାକ୍ତରଙ୍କ ସହିତ ସାକ୍ଷାତ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଆପଣମାନଙ୍କର କଷ୍ଟ ମୋର ଅଟେ ।  ବିରୋଧ ପ୍ରଦର୍ଶନ କରିବା ଆପଣମାନଙ୍କ ହକ୍ ଅଟେ । ମୁଁ ଏଠାକୁ କେବଳ ଆପଣମାନଙ୍କ କଷ୍ଟ ବୁଝିବା ପାଇଁ ଆସିଛି । ଦୋଷୀକୁ କେବେ ମଧ୍ୟ ଛଡାଯିବ ନାହିଁ । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଯେ, ଦୟାକରୀ ସମସ୍ତେ କାମକୁ ଫେରିଯାଆନ୍ତୁ । ଆପଣମାନେ ଅନବରତ ଆନ୍ଦୋଳନ କରୁଛନ୍ତି ମୁଁ ଏହା ଦେଖି ରାତିରେ ଶୋଇପାରୁନି ।  ପ୍ରକାଶଥାଉକି, ସେପ୍ଟେମ୍ବର 12 ତାରିଖରେ ଆନ୍ଦୋଳନରତ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଦୀର୍ଘ 2 ଘଣ୍ଟା ଅପେକ୍ଷା କରିବା ସତ୍ତ୍ବେ କେହି ଆସିନଥିଲେ ।

Get real time updates directly on you device, subscribe now.