fbpx

IPL-2024; ଶାର୍ଦ୍ଦୁଳ ଠାକୁରଙ୍କୁ ରିଲିଜ କଲା କୋଲକାତା: ଦିଲ୍ଲୀରେ କ’ଣ ହେବ ପୃଥ୍ୱୀ ଶ’ଙ୍କ ଭବିଷ୍ୟତ?

Advertisement

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ବିଭିନ୍ନ ଫ୍ରାଞ୍ଚାଇଜି ଦଳରୁ ଖେଳାଳିମାନଙ୍କୁ ରିଟେନ କରିବା ସହ କିଛି କେଳାଳିଙ୍କୁ ରିଲିଜ କରିବା ଆରମ୍ଭ କରିଛନ୍ତି । ତେବେ ଏହା ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ଏକ ବଡ଼ ନିଷ୍ପତ୍ତି ନେଇଛି । ଦଳର ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କୁ ରିଲିଜ କରିଥିବା ନେଇ ଜାଣିବାକୁ ମିଳିଛି । ଏହାବ୍ୟତୀତ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ’ଙ୍କୁ ନେଇ ଦଳ ଏକ ବଡ଼ ଘୋଷଣା କରିଛି ।

ଆଇପିଏଲ-୨୦୨୪ ପୂର୍ବରୁ ଶାର୍ଦ୍ଦୁଳ ଠାକୁରଙ୍କ ହାତ ଛାଡ଼ିଛି କୋଲକାତା ନାଇଟ ରାଇଡର୍ସ । ଆଜି ରିଟେନସନର ଶେଷ ତାରିଖ ଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କୁ କୋଲକାତା ରିଲିଜ କରିଛି । ଗତବର୍ଷ ୧୦.୭୫ କୋଟି ଟଙ୍କାରେ କେକେଆର ଶାର୍ଦ୍ଦୁଳଙ୍କୁ ଦଳରେ ସାମିଲ କରିଥିବା ବେଳେ ତାଙ୍କ ପ୍ରଦର୍ଶନ ନିରାଶଜନକ ରହିଥିଲା । ୧୧ଟି ମ୍ୟାଚରୁ ମାତ୍ର ୭ଟି ୱିକେଟ ନେଇଥିବା ବେଳେ ୧୧୩ ରନ୍ କରିବାରେ ସକ୍ଷମ ହୋଇଥିଲେ ଶାର୍ଦ୍ଦୁଳ । ତେବେ କୋଲକାତା ପୂର୍ବରୁ ଶାର୍ଦ୍ଦୁଳ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୧୮-୨୦୨୧ ସିଜନ ପର୍ଯ୍ୟନ୍ତ ସାମିଲ ରହିଥିଲେ । ତେବେ ୨୦୨୨ରେ ଦୋନୀବାହିନୀ ଶାର୍ଦ୍ଦୁଳଙ୍କୁ ରିଲିଜ କରିବା ପରେ ସେ ଦିଲ୍ଲୀ ଏବଂ ୨୦୨୩ରେ କୋଲକାତା ପକ୍ଷରୁ ଆଇପିଏଲ ଖେଳିଛନ୍ତି ।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି । ଷ୍ଟାର ଓପନର ପୃଥ୍ୱୀ ଶ’ଙ୍କୁ ଦଳ ଆସନ୍ତା ସିଜନରେ ଆଉ ଏକ ସୁଯୋଗ ଦେବା ପାଇଁ ଚିନ୍ତା କରୁଛି । ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଥିବା ପୃଥ୍ୱୀ ଶ’ ଗତ ସିଜନରେ ନିରାଶଜନକ ପ୍ରଦର୍ଶନ କରିଥିଲେ । ୮ଟି ମ୍ୟାଚ କେଳିଥିଲେ ମଧ୍ୟ ମାତ୍ର ୧୦୬ ରନ୍ କରିବାରେ ସକ୍ଷମ ହୋଇ ପାରିଥିଲେ ପୃଥ୍ୱୀ ଶ’ । ଏହାପରେ ମଧ୍ୟ ଦିଲ୍ଲୀ କ୍ୟପିଟାଲ୍ସ ପୃଥ୍ୱୀଙ୍କୁ ରିଲିଜ କରିବା ପାଇଁ ଇଚ୍ଛା ପ୍ରକାଶ କରିନାହିଁ । ଆଉ ଏକ ସିଜନରେ ତାଙ୍କୁ ସୁଯୋଗ ଦେବା ପାଇଁଘୋଷଣା କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Get real time updates directly on you device, subscribe now.