fbpx

ଷଣ୍ଡର ମୂଲ୍ୟ ୧ କୋଟି, ଧାତୁ ଡୋଜକୁ ହଜାରେ: ଜାଣନ୍ତୁ କଣ ରହିଛି ଖାସ

ନୂଆଦିଲ୍ଲୀ: ଷଣ୍ଡର ମୂଲ୍ୟ ୧ କୋଟି ଟଙ୍କା । ଶୁଣିବାକୁ ଅବାସ୍ତବ ଲାଗୁଥିଲେ ହେଁ ଏମିତି ଏକ ଖବର ଶୁଣିବାକୁ ଆସିଛି ବେଙ୍ଗାଲୁରୁ କୃଷି ମେଳାରୁ । କୃଷ୍ଣା ନାମକ ଷଣ୍ଢର ମୂଲ୍ୟ ୧ କୋଟି ଟଙ୍କା ରହିଥିବା ବେଳେ ଏହାକୁ ଦେଖିବାକୁ ବର୍ତ୍ତମାନ ଭିଡ ଜମିଛି । ଏହି ଷଣ୍ଡର ବୟସ ମାତ୍ର ସାଢେ ୩ ବର୍ଷ ଅଟେ । ଏହି ଷଣ୍ଡର ମାଲିକ ବୋରେଗୌଡାଙ୍କ ଅନୁଯାୟୀ ଏହି ଷଣ୍ଡଟି ହଲ୍ଳିକର ପ୍ରଜାତିର । ୪ଦିନ ପାଇଁ ବେଙ୍ଗାଲୁରୁରେ ଏହି ମେଳା ଆୟୋଜିତ ହେବାକୁ ଯାଉଥିବା ବେଳେ ଏହି ମେଳାର ପ୍ରମୁଖ ଆକର୍ଷଣ ପାଲଟିଛି କୃଷ୍ଣା ।

ଏହି ପ୍ରଜାତିର ଗାଇ ଓ ମଇଁଷିଙ୍କ କ୍ଷୀରରେ ଅଧିକ ଏ-୨ ପ୍ରୋଟିନ୍ ରହିଥାଏ । ମାତ୍ର ବର୍ତ୍ତମାନ ଏହି ପ୍ରଜାତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଏହା ସହିତ ଏହି ଷଣ୍ଡର ଧାତୁ ବା ବୀର୍ଯ୍ୟକୁ ଡୋଜ ପିଛା ଏକ ହଜାର ଟଙ୍କାରେ ବିକ୍ରି କରାଯାଉଛି । ଏହି କାରଣରୁ ଏହି ଷଣ୍ଢର ମୂଲ୍ୟ ହଜାର ବା ଲକ୍ଷ ନୁହେଁ ବରଂ ଏକ କୋଟି ଟଙ୍କା ରହିଛି । ଜଣେ ବ୍ୟବସାୟୀ ୧ କୋଟି ଟଙ୍କା ମୂଲ୍ୟରେ ଏହାକୁ କିଣିଥିବା ପ୍ରକାଶ କରିଛନ୍ତି ବୋରେଗୌଡା ।

Get real time updates directly on you device, subscribe now.