fbpx
BJD SKY
BJD SKY

ଏଣିକି ବଜାରରେ ମିଳିବ ଲ୍ୟାବ୍ ତିଆରି ମାଂସ: ଆମେରିକାର ବଡ଼ ନିଷ୍ପତ୍ତି

BJD

ଆମେରିକା ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ସେଠାରେ ଲ୍ୟାବରେ ପ୍ରସ୍ତୁତ ମାଂସ ବିକ୍ରି ଏବଂ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏଭଳି କରିବାରେ ଆମେରିକା ବିଶ୍ୱର ଦ୍ୱିତୀୟ ଦେଶ ହେବାକୁ ଯାଉଛି । ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) ଶୁକ୍ରବାର କହିଛି ଯେ, କାଲିଫର୍ନିଆର ଏକ କମ୍ପାନୀ ଅପସାଇଡ୍ ଫୁଡ୍ସକୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଏବଂ ଗୁଣାତ୍ମକ ଯାଞ୍ଚ ପରେ ଲ୍ୟାବ ଉତ୍ପାଦିତ ମାଂସ ବିକ୍ରି କରିବାକୁ ଅନୁମତି ଦେବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ଚିକେନରୁ ନିଆଯାଇଥିବା କୋଷିକା ଗୁଡ଼ିକର ସାହାଯ୍ୟରେ ଲ୍ୟାବରେ ଏହିପରି ମାଂସ ଉତ୍ପାଦନ ହେବ । ଏଥିରେ କୌଣସି ଜୀବକୁ ହତ୍ୟା ମଧ୍ୟ କରାଯିବନି । ଉଲ୍ଲେଖନୀୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲ୍ୟାବରେ ପ୍ରସ୍ତୁତ ମାଂସ ବିକ୍ରୟ ଏବଂ ବ୍ୟବହାର କେବଳ ସିଙ୍ଗାପୁରରେ ଅନୁମତି ମିଳିଛି । ଏଫଡିଏର କମିଶନ୍ର ରବର୍ଟ କାଲିଫ୍ କହିଛନ୍ତି, ବିଶ୍ୱରେ ଖାଦ୍ୟ କ୍ରାନ୍ତିର ଅନୁଭବ କରୁଥିବା ଆମେରିକା ଖାଦ୍ୟ ଏବଂ ଔଷଧ ପ୍ରଶାସନ ଖାଦ୍ୟ ଯୋଗାଣର ସମର୍ଥନ କରିବା ପାଇଁ ପ୍ରତିଶୃତିବଦ୍ଧ ।’

ଏଫଡିଏ କହିଛି, ଯଦି କଥା ଅନ୍ୟାନ୍ୟ ଲ୍ୟାବ ଉତ୍ପାଦିତ ମାଂସ ବିଷୟରେ କରିବା ତେବେ ବହୁ ଫାର୍ମ ସହିତ ଚର୍ଚ୍ଚା ହେଉଛି । ଯଦି ମଞ୍ଜୁରୀ ମିଳିଯାଏ, ତେବେ ଆମେରିକା ଖୁବ୍ ଶୀଘ୍ର ଲ୍ୟାବରେ ତିଆରି ମାଂସର ବଡ ବଜାର ହୋଇପାରେ । ଏଭଳି ଉତ୍ପାଦ ପରିବେଶ ଅନୁକୂଳ ବିକଳ୍ପ ମନେକରାଯାଉଛି ।

ଲ୍ୟାବରେ ତିଆରି ସି-ଫୁଡ୍ର ମଧ୍ୟ ଖବର ଆସିଛି, କିନ୍ତୁ କୌଣସି ପ୍ରୋଜେକ୍ଟ ଏବେ ଆପ୍ରୁଭାଲ ନିକଟତର ହୋଇନି । ଅପସାଇଡ୍ ଫୁଡସ୍,ଯାହାକୁ ପୂର୍ବରୁ ମୋମଫିକ୍ସ ମିଟ୍ ନାମରେ ଜଣାଯାଉଥିଲା ,ଏଫଡିଏର ନିଷ୍ପତିର ସ୍ୱାଗତ କରିଥିଲା, କିନ୍ତୁ କହିଥିଲା ସୁପର ମାର୍କେଟରେ ଉତ୍ପାଦର ଡେଲିଭରି ଆରମ୍ଭ କରିବା ପାଇଁ ମଞ୍ଜୁରୀ ପରେ ଆଉ କିଛି ମାସ ସରକାର ହେବ । ‘ଦ ଗାର୍ଡିଆନ’ ର ସୂଚନା ଅନୁସାରେ, ଅପସାଇଡ୍ ଫୁଡସ୍କୁ ଆମେରିକାର କୃଷି ବିଭାଗରୁ ମଧ୍ୟ ମଞ୍ଜୁରୀ ଦରକାର ହେବ ।

Get real time updates directly on you device, subscribe now.