fbpx
BSKY
BJD MC SKY
BJD YOUTH SKY

ଶୀତରେ ଥରିବ ସାରା ଓଡିଶା: ୨ ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ପ୍ରବଳ ଶୀତ ଅନୁଭୁତ ହେଉଥିବା ବେଳେ, ଦୁଇ ଦିନ ହେବ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି । ଫଳରେ ଶୀତର ପ୍ରକୋପ କମ ରହିଛି । ତେବେ ଆଜିଠାରୁ ପୁଣି ସାରା ରାଜ୍ୟରେ ଶୀତ ଅନୁଭୁତ ହେବ । ଏଥିସହିତ ରାତିର ତାପମାତ୍ରା ମଧ୍ୟ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ପୁଣିଥରେ ସାରା ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳିବ ।

ତେବେ ପାଣିପାଗ ବିଭାଗର କହିବା ଅନୁଯାୟୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହୋଇଛି । ଫଳରେ ସେଠାରେ ଅଧିକ ଥଣ୍ଡା ହେବାର ସମ୍ଭାବନା ରହିଛି । କିନ୍ତୁ ଆଜିଠୁ ପାଗ ଶୁଖିଲା ରହିବା ସହ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

Get real time updates directly on you device, subscribe now.