fbpx

ଏଲନ ମସ୍କ ଭାରତୀୟଙ୍କ ପାଇଁ ଆଣିଲେ ଖୁସି ଖବର, ଛଟେଇ ପରେ ନୂଆ ମାଲିକ ବନାଇଲେ ଏହି ପ୍ଲାନ

ନୂଆଦିଲ୍ଲୀ: ଟ୍ୱିଟରର ନୂଆ ମାଲିକ ହେବାପରେ ଏଲନ ମସ୍କ କିଛି କଡା ପଦକ୍ଷେପ ନେଉଛନ୍ତି । ସେ ଟ୍ୱିଟରରେ ଥିବା ଅନେକ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଇଛନ୍ତି । ନୂଆ ମାଲିକ ହେବାପରେ ସେ ୭ହଜାର କର୍ମଚାରୀଙ୍କୁ ଚାକିରୀ ରୁ କାଢି ୨୭୦୦ କର୍ମଚାରୀ ରଖିଛନ୍ତି । ଛଟେଇପରେ ଏଲନ ମସ୍କ ଟ୍ୱିଟରରେ କିଛି ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେଉଛନ୍ତି । ଟ୍ୱିଟରର ଏଚଆର ଟିମ ଇଞ୍ଜିନିୟର ଏବଂ ସେଲ୍ସ ରୋଲରେ ଲୋକମାନଙ୍କୁ ଭର୍ତ୍ତି କରିବାକୁ ଚାହୁଁଛନ୍ତି । ଏନେଇ ସେ କିଛି କର୍ମଚାରୀଙ୍କ ସହ ବୈଠକରେ ଆଲୋଚନା କରିଥିଲେ ଯେ, ବର୍ତ୍ତମାନ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ରିବିଲ୍ଟର ଆବଶ୍ୟକ ଅଛି ।

ଏକ ବାଇଟରେ ସେ କହିଛନ୍ତି, ଜାପାନ, ଭାରତ, ଇଣ୍ଡୋନେସିଆ ଏବଂ ବ୍ରାଜିଲରେ ଇଞ୍ଜିନିୟର ଟିମର ସ୍ଥାପନା କରି ବିକେନ୍ଦ୍ରୀକରଣ କରିବା ଏକ ଉତ୍ତମ ବିଚାର ଅଟେ । କମ୍ପାନୀ ଛଟେଇରେ ଏଲନ ମସ୍କ ସମୁଦାୟ ୯୦ ପ୍ରତିଶତ ୱାର୍କଫୋର୍ସଙ୍କୁ ବାହାର କରିଦେଇଥିଲେ । କହିବାକୁ ଗଲେ ସେ ୨୦୦ଜଣ କର୍ମଚାରୀଙ୍କ ମଧ୍ୟରୁ ୨୦ଜଣଙ୍କୁ ରଖିଛନ୍ତି । ରିପୋର୍ଟ ସୂଚନା ଅନୁସାରେ, ୭୦ପ୍ରତିଶତ ଭାରତୀୟ ଇଞ୍ଜିନିୟର ମାନଙ୍କୁ ରାତାରାତି କମ୍ପାନୀରୁ ବାହାର କରାଯାଇଥିଲା ।

ଏହାପରେ ମସ୍କ ଟ୍ୱିଟର ୨.୦ର ନିର୍ମାଣରେ ସାହାଯ୍ୟ ପାଇଁ ସେ ଭାରତୀୟ ଇଞ୍ଜିନିୟର ମାନଙ୍କୁ ରଖିବାକୁ ଚାହୁଁଛନ୍ତି । ସେ ଏପର୍ଯ୍ୟନ୍ତ କିଛି ନିର୍ଦ୍ଦିଷ୍ଟ କରି ନାହାନ୍ତି ଯେ, କମ୍ପାନୀ କେଉଁ ପ୍ରକାରର ଇଞ୍ଜିନିୟର ବା ସେଲସ ରୋଲ କାମ ପାଇଁ ରଖୁଛନ୍ତି । ମାଇକ୍ରୋ ବ୍ଲଗିଙ୍ଗ ସାଇଟର ଅଧିକାରୀ ୱେବସାଇଟରେ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଓପନିଙ୍ଗ ଲିଷ୍ଟ ଆସିନାହିଁ । ଏଲନ ମସ୍କ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ଶୁଣାଇଛନ୍ତି ଯେ, ଯେଉଁମାନେ ସଫ୍ଟୱେୟାର ଲେଖିବାରେ ପାରଙ୍ଗମ ତାଙ୍କୁ ଚାକିରୀ କ୍ଷେତ୍ରରେ ଆଗେ ଚୟନ କରାଯିବ । ଭାରତୀୟଙ୍କ ପାଇଁ ଖୁସି ଖବର ହେଉଛି ଯେ, ଭାରତର ଅଧିକାଂଶ ଇଞ୍ଜିନିୟରରୁ ସଫୱେୟାର ଇଞ୍ଜିନିୟର ଅଧିକ ଅଛନ୍ତି ।

Get real time updates directly on you device, subscribe now.