fbpx

ରାଜ୍ୟ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ଗାଡ଼ିକୁ ଧକ୍କା ଦେଲା ହାଇୱା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଶ୍ରମ ମନ୍ତ୍ରୀ ସାରଦା ନାୟକଙ୍କ ସହ ଘଟିଯାଇଛି ଏକ ଅଘଟଣ । ଗୋଟିଏ ହାଇୱା ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ତେବେ ମନ୍ତ୍ରୀ ଗାଡ଼ିରେ ନଥିବାରୁ ସେ ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏହି ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ସାମାନ୍ୟ ଆହତ ହୋଇଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରାଯାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଗତକାଲି ରାତିରେ ଏହି ଅଘଟଣ ଘଟିଥିଲା । ମନ୍ତ୍ରୀ ବିଭିନ୍ନ ମନ୍ଦିରରେ ଦର୍ଶନ ସାରି ତରକେରା ମନ୍ଦିରରେ ବାବାଙ୍କ ଦର୍ଶନ ନିମନ୍ତେ ମନ୍ଦିର ବେଢ଼ାରେ ପ୍ରବେଶ କରିଥିଲେ । ତେବେ ଏହି ସମୟରେ ଏକ ହାଇୱା ଦ୍ରୁତ ବେଗରେ ଆସି ଡିଭାଇଡରରେ ପିଟି ହୋଇଯାଇଥିଲା ଓ ତା’ପରେ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ମନ୍ତ୍ରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ତେବେ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନଥିବାରୁ ସୌଭାଗ୍ୟକ୍ରମେ ସେ ବର୍ତ୍ତି ଯାଇଥିଲେ । ମାତ୍ର ଗାଡ଼ି ଭିତରେ ଥିବା ଡ୍ରାଇଭର ଏହି ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ ।

Get real time updates directly on you device, subscribe now.