fbpx

ଆଜିଠୁ କୁମ୍ଭ ରାଶିରେ ଅବସ୍ଥାନ କରୁଛନ୍ତି ଶୁକ୍ର ଓ ଚନ୍ଦ୍ର; ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଗଣନା ଅନୁଯାୟୀ ଆଜି ଅର୍ଥାତ୍ ମାର୍ଚ୍ଚ ୯, ୨୦୨୪, ଶନିବାର ଅତ୍ୟନ୍ତ ଶୁଭ ଗ୍ରହ ସ୍ଥିତି ସୃଷ୍ଟି ହେଉଛି। ଧନ-ବିଳାସର ପ୍ରତୀକ ଶୁକ୍ର ଭ୍ରମଣ କରି ଶନିଙ୍କ ସ୍ୱରାଶି କୁମ୍ଭ ରାଶିରେ ଅଛନ୍ତି। ଏବେ ଚନ୍ଦ୍ର ମଧ୍ୟ କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି। ଶୁକ୍ର ଓ ଚନ୍ଦ୍ରଙ୍କ ମିଳନ ଏହି ପାଞ୍ଚୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ଦେବ।

ମେଷ ରାଶି- ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ଚାକିରି-ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି। ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ।

ମିଥୁନ ରାଶି- କର୍ମକ୍ଷେତ୍ରରେ ଆସୁଥିବା ଆହ୍ୱାନ ଦୂର ହେବ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଆର୍ଥିକ ଲାଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ଭଲ ରହିବ।

କନ୍ୟା ରାଶି- ନୂଆ ଚାକିରି ର ଅଫର ମିଳିପାରେ । ଧନ ପ୍ରାପ୍ତିର ନୂଆ ଉପାୟ ପାଇବେ। ଅବିବାହିତ ବ୍ୟକ୍ତିଙ୍କୁ ଜୀବନସାଥୀ ମିଳିପାରେ। ବିବାହିତ ବ୍ୟକ୍ତିଙ୍କ ଜୀବନରେ ସୁଖ ଶାନ୍ତି ରହିବ।

ତୁଳା ରାଶି- କ୍ୟାରିୟରରେ ଉନ୍ନତି ହେବାର ସମ୍ଭାବନା ରହିଛି। ଖୁବଶୀଘ୍ର ଖୁସି ଖବର ମିଳିପାରେ । ପୈତୃକ ସମ୍ପତ୍ତିରୁ ଲାଭ ପାଇପାରନ୍ତି। ଧନ ପ୍ରାପ୍ତି ହେବ। ଆପଣଙ୍କ ଲୋକପ୍ରିୟତା ଓ ସମ୍ମାନ ବୃଦ୍ଧି ପାଇବ।

ଧନୁ ରାଶି- ଆପଣଙ୍କ ଜୀବନରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିପାରେ । ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ଜୀବନରେ ଆସୁଥିବା ସମସ୍ୟା ଦୂର ହେବା ସହ ପରସ୍ପର ମଧ୍ୟରେ ପ୍ରେମ ବୃଦ୍ଧି ପାଇବ।

 

 

 

Get real time updates directly on you device, subscribe now.