fbpx

(Video): ପାଟନାରୁ ଲକ୍ଷ୍ନୌ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌, ବିହାରବାସୀଙ୍କ ପାଇଁ ରାମଲଲାଙ୍କ ଦର୍ଶନ କରିବା ହେବ ସହଜ

ପାଟନା: ବିହାରବାସୀଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ଲାଭ ଉଠାଇପାରିବେ ରାଜ୍ୟବାସୀ । ଏହି ବନ୍ଦେ ଭାରତ ଟ୍ରେନକୁ ସ୍ୱିକୃତି ମିଳିଯାଇଛି । ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନା- ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଏହି ଟ୍ରେନର ଶୁଭାରମ୍ଭ କରିବେ । ଏନେଇ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ‘ଆରା’ର ସାଂସଦ ଆର. କେ ସିଂହ ଶୁକ୍ରବାର ସୂଚନା ଦେଇଛନ୍ତି ।
ସୂଚନାରୁ ପ୍ରକାଶ ପାଟନାରୁ ଲକ୍ଷ୍ନୌ ଚଳାଚଳ କରିବାକୁ ଥିବା ଏହି ବନ୍ଦେ ଭାରତ ଟ୍ରେନ୍ ଡିଡିୟୁ, ବାରାଣାସୀ, ଜୈନପୁର, ସହେବଗଞ୍ଜ, ଅକବରପୁର ଭାୟା ଅଯୋଧ୍ୟା ଦେଇ ଲକ୍ଷ୍ନୌ ଯିବ । ସପ୍ତାହରେ ୬ ଦିନ ଚାଲିବ ଏହି ଟ୍ରେନ୍ । ଘଣ୍ଟା ପ୍ରତି ୧୬୦ କିମିରୁ ଉର୍ଦ୍ଧ୍ୱ ବେଗରେ ଚାଲୁଥିବା ଏହି ଟ୍ରେନ୍ ସମାନ ଦିନରେ ପାଟନାରୁ ଲକ୍ଷ୍ନୌ ଯାଇ ପୁଣି ଫେରିଆସିବ ।

Get real time updates directly on you device, subscribe now.