ହେ ପ୍ରଭୁ! ଆତ୍ମହତ୍ୟାର ଇଏ କି କାରଣ? ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର: ନୂଆ ପିଢୀର ଯୁବଗୋଷ୍ଠୀଙ୍କ ମାନସିକତାରେ ଦେଖିବାକୁ ମିଳିଛି ସହନସୀଳତାର ଅଭାବ । ଏହାସହିତ ବିକୃତ ଏବଂ ଅଳ୍ପ ଚିନ୍ତାଧାରା ରଖୁଥିବା ମଧ୍ୟ ଦେଖାଯାଉଛି । ସାମାନ୍ୟ କଥାରେ ବଡ ପଦକ୍ଷେପ ନେବା ଏମାନଙ୍କ ପାଇଁଚ ଅଦ୍ଭୁତ କଥା ନୁହେଁ । ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣାର ଉଦାହରଣ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟା ଯୁବତୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଲୁଗାରେ ଫାଶି ଲଗାଇ ଯୁବତୀଜଣକ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ଏହାସହିତ ସାମ୍ନାକୁ ଆସିଛି ଆତ୍ମହତ୍ୟାର ଏକ ଅଦ୍ଭୁତ କାରଣ । କୌଣସି କାରଣରୁ ନେଇ ଘରେ ଯୁବତୀଙ୍କୁ ଗାଳି କରିବାରୁ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଘରେ ପିତାମାତାଙ୍କ ଗାଳି ସହି ନ ପାରିବାରୁ ଲୁଗାରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।