ପ୍ରେମ କରିଛି ପାଗଳ, ୧୬ ବର୍ଷର ଛାତ୍ରକୁ ୪୦ ବର୍ଷର ଗୁରୁମା, ହୋଟେଲ ନେଇ ରଖୁଥିଲେ ସମ୍ପର୍କ…
ଦେଢ଼ ବର୍ଷ କାଳ ହୋଟେଲ ନେଇ ରଖିଲେ ଯୌନ ସମ୍ପର୍କ। ନିଶା ଦ୍ରବ୍ୟ ଦେଇ ଛାତ୍ର ସହ ସମ୍ପର୍କ ରଖୁଥିଲେ ଶିକ୍ଷୟିତ୍ରୀ।
ମହାରାଷ୍ଟ୍ର: ପ୍ରେମ କରିଛି ପାଗଳ। ନା ଦେଖୁଛି ବୟସ, ନା ଦେଖୁଛି ସମ୍ପର୍କ। ଏଠି ଦିଅର ଭାଉଜ ସହ ସମ୍ପର୍କ ରଖିଲାଣି ଅନ୍ୟ କେଉଁଠି ଦେଢ଼ଶୁର ଭାଇ ବୋହୂକୁ ନେଇ ଫେରାର ହେଲାଣି। ଆଉ କେଉଁଠି ଶଶୁର ବୋହୂ ପ୍ରେମରେ ପାଗଳ ହେଲାଣି। ଅନ୍ୟ କେଉଁଠି ଗୁରୁମା, ଛାତ୍ର ପ୍ରେମରେ ହେଲେଣି ବାଇଆ।
ଏଭଳି ଏକ ଘଟଣା ଘଟିଛି ମୁମ୍ବାଇର ଏକ ସ୍କୁଲରେ। ୪୦ ବର୍ଷର ଶିକ୍ଷୟିତ୍ରୀଙ୍କୁ ବାଇଆ ହେଲେ ୧୬ ବର୍ଷ ଛାତ୍ରକୁ ଦେଖି। ଦେଢ଼ ବର୍ଷ କାଳ ହୋଟେଲ ନେଇ ରଖିଲେ ଯୌନ ସମ୍ପର୍କ। ନିଶା ଦ୍ରବ୍ୟ ଦେଇ ଛାତ୍ର ସହ ସମ୍ପର୍କ ରଖୁଥିଲେ ଗୁରୁମା।
ଘଟଣା ଜାଣିବା ପରେ ନାବାଳକଙ୍କ ବାପା, ମାଆ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସକୁ ନାବାଳକଙ୍କ ମାଆ, ବାପା କହିଥିଲେ କି ଏକ ବର୍ଷ ହେବ ଶିକ୍ଷୟିତ୍ରୀ ନାବାଳକ ଛାତ୍ରକୁ ହୋଟେଲ ସହ ବିଭିନ୍ନ ସ୍ଥାନକୁ ନେଇ ରଖୁଥିଲେ ଶାରେରୀକ ସମ୍ପର୍କ।
ଅଭିଯୋଗ ପରେ ଶିକ୍ଷୟିତ୍ରୀଙ୍କୁ ଗିରଫ କରିଥିଲା ପୋଲିସ। ସ୍କୁଲର ଆନୁଆଲ ଫଙ୍ଗସନରୁ ନାବାଳକ ଛାତ୍ରକୁ ଦେଖି ପ୍ରେମରେ ପଡ଼ି ଯାଇଥିଲେ ଗୁରୁମା। ଜଣେ ମହିଳା ସାଙ୍ଗଙ୍କ ଜରିଆରେ ନାବାଳକ ଛାତ୍ରର କରାଯାଇଥିଲା ବ୍ରେନ୍ ୱାସ୍। ୨୦୨୪ ମସିହାରୁ ଗୁରୁମା ନାବାଳକ ଛାତ୍ର ସହ ରଖୁଥିଲେ ସମ୍ପର୍କ।
କେତେବେଳେ ଗାଡ଼ି ଭିତରେ ତ ଅନ୍ୟ କେତେବେଳେ ଦାମି ହୋଟେଲରେ ଗୁରୁମା ନାବାଳକ ଛାତ୍ର ସହ ସମ୍ପର୍କ ରଖିଥିଲେ। ମାତା ପିତା ପିଲାର ବ୍ୟବହାର ଦେଖି ସନ୍ଦେହ କରିବା ସହ ସତ ଜାଣିବା ପରେ ଏନେଇ ଅଭିଯୋଗ କରିଥିଲେ। ଯାହା ପରେ ଗୁରୁମାଙ୍କୁ ଗିରଫ କରାଯାଇଥିଲା।
ହେଲେ ଘଟଣାର ମାସେ ପରେ ସ୍ପେଶାଲ ପୋକ୍ସୋ କୋର୍ଟ ଶିକ୍ଷୟିତ୍ରୀଙ୍କୁ ଜାମିନ ପ୍ରଦାନ କରିଛି। କୋର୍ଟରେ ଗୁରୁମାଙ୍କ ଓକିଲ କହିଥିଲେ କି ନାବାଳକ ଛାତ୍ର ସହ ସମ୍ପର୍କ ଜୋର ଜବରଦସ୍ତି ରଖାଯାଇନଥିଲା। ଏଥିରେ ନାବାଳକର ମଧ୍ୟ ଇଛା ଥିଲା । ଯାହା ପରେ ଗୁରୁମାଙ୍କୁ ଜାମିନ୍ ମିଳିଥିଲା । ସର୍ତ୍ତ ମୂଳକ ଜାମିନରେ ଗୁରୁମା ମୁମ୍ବାଇ ଛାଡ଼ି କୁଆଡ଼େ ଯିବେନି, ତା ସହ ଘର ମଧ୍ୟ ବଦଳାଇବେନି।
ଏହା ସହ ନାବାଳକ ଛାତ୍ର ସହ ମଧ୍ୟ କୌଣସି ସମ୍ପର୍କ ନକରିବାକୁ ମଧ୍ୟ କୁହାଯାଇଛି । ଏଭଳି କିଛି ସର୍ତ୍ତ ରଖି କୋର୍ଟ ଜାମିନ ଦେଇଛି। ଏପଟେ ନାବାଳକଙ୍କ ମାତା, ପିତା କହିଛନ୍ତି କି ତାଙ୍କ ପୁଅ ନାବାଳକ ଏଥିରେ ତାର କିଛି ଇଛା ନଥିଲା ଜୋର ଜବରଦସ୍ତି ଏସବୁ କରାଯାଇଛି।