fbpx

ଓଡ଼ିଶା ମୁହାଁଇବ ଲଘୁଚାପ, ୧୭ରୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ତେବେ ଏହା ଓଡ଼ିଶା ମୁହାଁଇବ ବୋଲି ପାଣିପାଗବିତମାନେ ଅନୁମାନ କରୁଛନ୍ତି । ତେବେ ବାତ୍ୟା ଆଶଙ୍କା ଟଳି ଯାଇଥିବା ବେଳେ ଦଶହରାରେ ପବନର ଆଶଙ୍କା ମଧ୍ୟ ହ୍ରାସ ପାଇଛି । ଏହାର ପ୍ରଭାବରେ ଆସନ୍ତା ୧୭ରୁ ୧୯ ମଧ୍ୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟର ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ସେହି ସ୍ଥାନରେ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରହିବ । ୧୩ରେ ଲଘୁଚାପ କ୍ଷେତ୍ର ହୋଇ ୧୫ରେ ୱେଲ ମାର୍କଡରେ ପରିଣତ ହେବ । ୧୭ ତାରିଖ ସକାଳେ ଅବପାତରେ ପରିଣତ ହୋଇ ୧୮ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ ରହିବ । ୧୭ ତାରିଖରୁ ୧୮ ତାରିଖ ସନ୍ଧ୍ୟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ।

Get real time updates directly on you device, subscribe now.