fbpx

କାଂସ୍ୟ ଲକ୍ଷ୍ୟଭେଦ କରିପାରିଲେନି ଲକ୍ଷ୍ୟ ସେନ, ଜିତୁ ଜିତୁ ହାରିଗଲେ ମ୍ୟାଚ

ନୂଆଦିଲ୍ଲୀ: ଲକ୍ଷ୍ୟ ସେନଙ୍କୁ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲ୍ସ ବ୍ରୋଞ୍ଜ ମେଡାଲ ମୁକାବିଲାରେ ମାଲେସିଆର ଲି ଜି ଜିୟାଙ୍କଠାରୁ ହାରିବାକୁ ପଡିଛି । ଏହି ହାରିବାରେ ଲକ୍ଷ୍ୟଙ୍କୁ ମେଡାଲ ଜିତିବାର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଛି । ଲି ଜି ଜିୟା ଲକ୍ଷ୍ୟଙ୍କୁ ୧୩-୨୧, ୨୧-୧୬, ୨୧-୧୧ରେ ହରାଇଛନ୍ତି ।

ଲକ୍ଷ୍ୟ ସେନଙ୍କୁ ବ୍ୟାଡମିଣ୍ଟନରମେନ୍ସ ସିଙ୍ଗଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ମେଡାଲ ମ୍ୟାଚର ଦ୍ୱିତୀୟ ସେଟରେ ପରାଜୟର ସାମ୍ନା କରିବାକୁ ପଡିଛି । ସେ ସେଟରେ ୨୧-୧୬ ଅନ୍ତରରେ ହାରିଯାଇଛନ୍ତି । ପ୍ରଥମ ସେଟରେ ସେ ୨୧-୧୩ ବ୍ୟବଧାନରେ ଜିତିଥିଲେ । ବର୍ତ୍ତମାନ ବ୍ରୋଞ୍ଜ ପଦକର ନିଷ୍ପତ୍ତି ତୃତୀୟ ଅର୍ଥାତ ଶେଷ ସେଟରେ ହେବ ।

ପ୍ୟାରିସ ଅଲମ୍ପିକ ୨୦୨୪ରେ ଭାରତ ଏପର୍ଯ୍ୟନ୍ତ ସମୁଦାୟ ୩ଟି ମେଡାଲ ହାସଲ କରିଛି ଏବଂ ଏହି ତିନୋଟି ସୁଟିଙ୍ଗରୁ ହିଁ ଆସିଛି। ଆଜି ପ୍ୟାରିସ ଅଲମ୍ପିକର ୧୦ମ ଦିନ ଭାରତର ଲକ୍ଷ୍ୟ ସେନ ନିଜ ବ୍ରୋଞ୍ଜ ମେଡାଲ ମ୍ୟାଚରେ ମାଲେସିଆର ଲି ଜି ଜିୟାଙ୍କ ସହ ଖେଳିଛନ୍ତି । ଯଦି ସେ ମେଡାଲ ଜିତିବାରେ ସଫଳ ହେଇଥାନ୍ତେ, ତେବେ ସେ ବ୍ୟାଡମିଣ୍ଟନ ମେନ୍ସ ସିଙ୍ଗଲରେ ଅଲମ୍ପିକ ପଦକ ହାସଲ କରିବାର ପ୍ରଥମ ଭାରତୀୟ ହୋଇଥାନ୍ତେ।

Get real time updates directly on you device, subscribe now.