fbpx

ଚାକିରି ବଦଳରେ ଜମି ସ୍କାମ ମାମଲା ; ଯାଦବ ପରିବାରକୁ ଆଶ୍ୱସ୍ତି, ବାପା-ଝିଅ-ମାଙ୍କୁ ଜାମିନ୍‌

ନୂଆଦିଲ୍ଲୀ : ଚାକିରି ପାଇଁ ଜମି ସ୍କାମ ମାମଲାରେ ଲାଲୁ ଯାଦବ, ରାବ୍ରି ଦେବୀ ଏବଂ ତାଙ୍କ ଝିଅ ସୀମା ଭାରତୀଙ୍କୁ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କା ଲେଖାଏଁ ବଦଳରେ ରାଉସ୍ ଆଭେନ୍ୟୁ କୋର୍ଟ ଏହି ତିନିଜଣଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ମାର୍ଚ୍ଚ ୨୯ ରେ ହେବ। ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜାମିନ ପ୍ରଦାନକୁ ସିବିଆଇ ବିରୋଧ କରିନଥିଲା।

ସୂଚନାଯୋଗ୍ୟ, ଚାକିରି ବଦଳରେ ଜମି ନେବା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ସିଏମ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଝିଅ ସୀମା ଭାରତୀଙ୍କ ସମେତ ୧୬ ଅଭିଯୁକ୍ତୁ ହାଜର ହେବାକୁ ରାଉସ୍ ଆଭେନ୍ୟୁ କୋର୍ଟ ସମନ ଜାରି କରିଥିଲା । ବୁଧବାର ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ । ଆଜି ଲାଲୁ ଯାଦବ ଲାଲୁ ଯାଦବ ଏକ ହ୍ୱିଲ୍ ଚେୟାରରେ ରାଉସ୍ ଆଭେନ୍ୟୁ କୋର୍ଟରେ ପହଞ୍ଚିଥିଲେ । ଏହା ବ୍ୟତୀତ ରାବ୍ରି ଦେବୀ ଏବଂ ସୀମା ଭାରତୀ ମଧ୍ୟ ପହଞ୍ଚିଥିଲେ। କୋର୍ଟ କହିଛନ୍ତି ଯେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କୌଣସି ଗିରଫଦାରୀ ନକରି ଚାର୍ଜସିଟ ଦାଖଲ କରିଛି। ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୪ ରୁ ୨୦୦୯ ମଧ୍ୟରେ ଯେତେବେଳେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ, ସେତେବେଳେ ରେଳବାଇର ବିଭିନ୍ନ ଜୋନ୍ ରେ ୧୨ ଜଣଙ୍କୁ ଗ୍ରୁପ୍ ଡି ଚାକିରି ଦିଆଯାଇଥିଲା। ଚାକିରି ବଦଳରେ ସେମାନଙ୍କ ଜମି ନିଆଯାଇଥିଲା।

ଏହି ମାମଲାରେ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସିବିଆଇ କ୍ରମାଗତ ଭାବେ ପଚରାଉଚରା କରିଛି। ସିବିଆଇ ଟିମ୍ ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ପଚରାଉଚରା କରିଥିଲା। ଏଥିସହିତ ସିବିଆଇ ଟିମ୍ ମଧ୍ୟ ବିହାରର ରାବ୍ରି ଦେବୀଙ୍କ ବାସଭବନକୁ ଯାଇ ତଦନ୍ତ ପାଇଁ ଯାଇଥିଲେ। ଲାଲୁଙ୍କ ପୁଅ ତଥା ଡେପୁଟି ସିଏମ୍ ତେଜସ୍ୱୀ ଯାଦବ ଏହି କାର୍ଯ୍ୟକୁ ରାଜନୈତି ପଦକ୍ଷେପ ବୋଲି କହିଛନ୍ତି। ଏହି ମାମଲାରେ ଲାଲୁ ଏବଂ ତାଙ୍କ ପରିବାର ବ୍ୟତୀତ ମୋଟ ୧୬ ଜଣ ଅଭିଯୁକ୍ତ ଅଛନ୍ତି। ସିବିଆଇ ଟିମ୍ ମଧ୍ୟ ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ପଚରାଉଚରା ପରେ ଲାଲୁ ପ୍ରସାଦ, ତାଙ୍କ ପତ୍ନୀ ରାବ୍ରି ଦେବୀ ଏବଂ ଝିଅ ସୀମା ଭାରତୀଙ୍କୁ ମାର୍ଚ୍ଚ ୧୫ ଅର୍ଥାତ୍ ଆଜି କୋର୍ଟରେ ହାଜର ହେବାକୁ କୁହାଯାଇଥିଲା।

ଇଡି ଟିମ୍‌ ମଧ୍ୟ ଏହି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ସମୟରେ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦିଲ୍ଲୀ ଏବଂ ଏନସିଆରରେ ସର୍ଚ୍ଚ ଅପରେସନ କରାଯାଇଥିଲା। ଏଥି ସହିତ ଇଡି ମୁମ୍ବାଇ, ପାଟନା ଏବଂ ରାଞ୍ଚିରେ ଅନେକ ସ୍ଥାନରେ ଚଢାଉ କରିଥିଲା ।

 

Get real time updates directly on you device, subscribe now.