fbpx

ଉତ୍ତରାଖଣ୍ଡରେ ଭୟଙ୍କର ଭୁସ୍ଖଳନ; ୨ ମୃତ, ୫ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପିଥୌରାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଛି । ରବିବାର ଦିନ ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ଜିଲ୍ଲାରେ ଥିବା ଦୁଇଟି ଗାଁରେ ଏହି କାରଣରୁ ଅନେକଙ୍କ ଘର ଭାଙ୍ଗିବା ସହିତ ଅନେକ କ୍ଷୟକ୍ଷତି ଘଟିଛି । ଏଥିରେ ଦୁଇଜଣଙ୍କର ପ୍ରାଣ ଯାଇଥିବା ବେଳେ ୫ ଜଣ ନିଖୋଜ ହୋଇଯାଇଛନ୍ତି ।

ପିଥୌରଗଡ଼ ଡିଏମ୍ ଆଶୀଷ ଚୌହାନ୍ କହିଛନ୍ତି ଯେ, ଏସଡିଆରଏଫ୍ ଏବଂ ଏସଏସବିର ଦୁଇଟି ଟିମ୍ କୁ ଉକ୍ତ ଗାଁ ଗୁଡ଼ିକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କୁ ଅପରେସନ୍ ଜାରି ରହିଛି । ଡିଏମ୍ କହିଚନ୍ତି ଯେ, ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ଯାହା ଫଳରେ ଏହି ଭୟଙ୍କର ଭୁସ୍ଖଳନ ହୋଇଥିବା ସୁଚନା ମିଳିଥିଲା । ସୂଚନା ମିଳିବାପରେ ସଙ୍ଗେ ସଙ୍ଗେ ସେହି ଅଞ୍ଚଳକୁ ଏସଏସବି, ପୋଲିସ୍, ଏସଡିଆରଏଫ୍ ଏବଂ ରେସ୍କୁ ଟିମ୍ ବାହାରି ଯାଇଥିଲେ ।

Get real time updates directly on you device, subscribe now.