fbpx

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ଅନ୍ତିମ ଇଚ୍ଛା କ’ଣ ଥିଲା, ଆସନ୍ତୁ ଜାଣିବା

Advertisement

ଏକ ସମୟରେ ସମଗ୍ର ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ । ଏପରିକି ଲାଡେନ ବିଶ୍ୱର କ୍ଷମତାଶାଳୀ ରାଷ୍ଟ୍ର ଆମେରିକାକୁ ମଧ୍ୟ ଅଡ଼ୁଆରେ ପକାଇଥିଲା । ତେଣୁ ବାଧ୍ୟ ହୋଇ ଆମେରିକା ଲାଡେନକୁ ରାସ୍ତାର ହଟାଇବାକ ପାଇଁ ଯୋଜନା କରି ଶେଷରେ ସଫଳ ହୋଇଥିଲା । ତେବେ ଆପଣମାନେ ଜାଣନ୍ତି କି, ମୃତ୍ୟୁ ପୂର୍ବରୁ ଲାଡେନର ଅନ୍ତିମ ଇଚ୍ଛା କ’ଣ ଥିଲା? ଆସନ୍ତୁ ଜାଣିବା ସେ ବିଷୟରେ ।

ଲାଡେନ୍ ଅଲ କାଏଦା ନାମକ ଆତଙ୍କବାଦୀ ସଂଗଠନର ମୁଖ୍ୟ ଥିଲା, ଯାହାର ଆତଙ୍କ ସମଗ୍ର ବିଶ୍ୱରେ ବ୍ୟାପ୍ତ ଥିଲା । ଏହି ସଂଗଠନ ୨୦୦୧ ମସିହା ସେପ୍ଟମ୍ବର ମାସ ୧୧ ତାରିଖରେ ଆମେରିକାର ନ୍ୟୁୟର୍କ ସହରରେ ଥିବା ବିଶ୍ୱ ବାଣିଜ କେନ୍ଦ୍ର ଉପରେ ହମଲା କରିଥିଲା । ୨୦୧୧ ମସିହା ମେ ମାସ ୨ ତାରିଖରେ ଆମେରିକାର ସ୍ପେଶାଲ କମାଣ୍ଡୋ ଫୋର୍ସମାନେ ପାକିସ୍ତାନର ଇସଲାମାବାଦସ୍ଥିତ ଏବଟାବାଦରେ ଲାଡେନକୁ ଠାବ କରିବା ସହ ହତ୍ୟା କରିଥିଲେ । ଲାଡେନ୍ ସମ୍ପର୍କରେ ସୂଚନା ଦେଲେ ୩୬୦ କୋଟି ଟଙ୍କା ପୁରସ୍କାର ପ୍ରଦାନ ନେଇ ଘୋଷଣା କରାଯାଇଥିଲା ।

ଲାଡେନ୍ କୋଟି କୋଟି ସମ୍ପତ୍ତିର ମାଲିକ ଥିଲା । ଲାଡେନ୍ ପାଖରେ ୨ ଶହ କୋଟିରୁ ଅଧିକ ଅର୍ଥ ଥଲା ବୋଲି ଆମେରିକାର ଏକ ରିପୋର୍ଟରୁ ଜଣାପଡ଼ିଛି । ଆମେରିକା ଲାଡେନ୍ ପଛରେ ପଡ଼ିଥିବାରୁ ଏନେଇ ଲାଡେନ ସର୍ବଦା ଚାପରେ ରହୁଥିଲା । ଲାଡେନ ସାଉଦୀ ଆରବର ଶାହ ଅବଦୁଲ ଅଜିଜ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂ ପାସ୍ କରିଥିଲା । ନିଜର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବିଶ୍ୱରେ ଜିହାଦ ଜାରି ରଖିବାରେ ବିନିଯୋଗ କରିବା ଲାଡେନର ଅନ୍ତିମ ଇଚ୍ଛା ଥିଲା । ଲାଡେନର ମୃତ୍ୟୁ ପରେ ଜବତ ହୋଇଥିବା ଦଲିଲରୁ ଏହା ଜଣାପଡ଼ିଛି ।

Get real time updates directly on you device, subscribe now.