Breaking: ଲୋୟର ପିଏମଜିରେ ଲଢ଼େଇ: ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ପାଣି ମାଡ଼ କଲା ପୋଲିସ, କର୍ମୀ ଫିଙ୍ଗିଲେ ଢ଼େଲା, ଚେୟାର
ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କ ଉପରେ ଲାଠି ଚାର୍ଜ କଲା ପୋଲିସ । ପଥର ମାଡ଼ କଲେ କଂଗ୍ରେସ କର୍ମୀ ।
ଲାଠି ଚାର୍ଜ ପରେ ପୋଲିସକୁ ଚେୟାର ଏବଂ ପଥର ପିଙ୍ଗିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଶାନ୍ତି ଶୃଙ୍ଖଳାରେ ପ୍ରତିବାଦ କରୁଥିବାବେଳେ ପୋଳିସ ଲାଠି ଚାର୍ଜ କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ।
କଂଗ୍ରେସ କର୍ମର୍ୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ । ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ପିଙ୍ଗା ଫୋପଡ଼ା କରାଯାଉଥିବା ଦେଖାଯାଉଛି ।
ପୋଲିସ କଂଗ୍ରେସ କର୍ମୀଙ୍କ ପୁରକୁ ପାଣିମାଡ଼ କରିଛନ୍ତି । କଂଗ୍ରେସ କର୍ମୀ ପୁଣିଥରେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିବାରୁ ପୋଲିସ ପକ୍ଷରୁ ପାଣିମାଡ଼ କରାଯାଇଛି ।