ନୂଆଦିଲ୍ଲୀ : ଦେଶକୁ ମିଳିଲା ଦେଶ ପ୍ରଥମ ରପିଡଏକ୍ସ ଟ୍ରେନ । ଗାଜିୟାଵାଦ ଠାରେ ସବୁଜ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ କରିଡରର ଉଦଘାଟନ କରିଛନ୍ତି । ଏକ ଘଣ୍ଟାରେ ୮୨ କି.ମି ରପିଡଏକ୍ସ ଟ୍ରେନ ଯାତ୍ରା କରିପାରିବ । କାଲିଠାରୁ ଏହି ଟ୍ରେନ ସାଧାରଣ ଯାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ବର୍ତ୍ତମାନ ସାହିବାବାଦରୁ ଦୁହି ପର୍ଯ୍ୟନ୍ତ ଦ୍ରୁତ ରେଳ ସେବା ଜାରି ରହିବ। ବର୍ତ୍ତମାନ ଦିଲ୍ଲୀର ସାହିବାଦ ବିଭାଗ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଟ୍ରେନ ସାହିବାବାଦ ଏବଂ ଦୁହି ମଧ୍ୟରେ ୧୭ କିଲୋମିଟର ଦୂରତା ଅତିକ୍ରମ କରିବ । ଏହି ଟ୍ରେନ୍ ସକାଳ ୬ ଟାରୁ ରାତ୍ର ୧୧ଟା ପର୍ୟ୍ୟନ୍ତ ଚାଲିବ ।
ସକାଳ ପ୍ରାୟ ୧୧ଟା ସମୟରେ ଗାଜିଆବାଦର ହିନ୍ଦନ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରାଯାଇଥିଲା। ତା’ପରେ ପିଏମ ମୋଦୀଙ୍କ ଦ୍ୱାରା ଭାରତର ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ କରିଡର ଉଦଘାଟନ କରାଗଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ସାହିବାବାଦର ଆୱାସ ବିକାଶ ପଡିଆରେ ମଧ୍ୟାହ୍ନ ୧୨ ଟାରୁ ୧ ଟା ପର୍ଯ୍ୟନ୍ତ ଏକ ସଭାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିବେ। ବେଙ୍ଗାଲୁରୁ ମେଟ୍ରୋର ପୂର୍ବ ପଶ୍ଚିମ କରିଡରର ଦୁଇଟି ଅଂଶ ଜାତୀୟ ରାଜପଥରେ ରାପିଡ୍ ଟ୍ରାଞ୍ଜିଟ୍ ଉତ୍ସର୍ଗ କରିବ ।
ସୂଚନା ଥାଉ କି ମାର୍ଚ୍ଚ ୮, ୨୦୧୯ ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀ-ଗାଜିଆବାଦ-ମେରୁଟ କରିଡରର ମୂଳଦୁଆ ପକାଇଥିଲେ । ଉଦ୍ଘାଟନୀ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଏନସିଆରଟିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କାର୍ୟ୍ୟକ୍ରମ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ରାତି ୧.୧୫ ରେ ଗାଜିଆବାଦର ହିନ୍ଦନ ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ।
#WATCH | Sahibabad, Uttar Pradesh | Prime Minister Narendra Modi inaugurates the priority section of Delhi-Ghaziabad-Meerut RRTS Corridor. pic.twitter.com/gkKRs5GNkK
— ANI (@ANI) October 20, 2023