ଭୁବନେଶ୍ୱର:୨୩ା୩: ଡିଲିମିଟେଶନ ପ୍ରସଙ୍ଗରେ ବିଜେଡିକୁ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସରକାରରେ ୮ ବର୍ଷ ଜଣେ ଦକ୍ଷିଣ ଭାରତୀୟ ଲୋକ କଥାରେ ଚାଲିଲେ। ଏବେ ଜଣେ ଦକ୍ଷିଣ ଭାରତୀୟ ନେତାଙ୍କ କଥାରେ ଚାଲିବାରେ ଅସୁବିଧା କ’ଣ। ବିଜେଡିର ସମଦୂରତା ନୀତି ଏବେ କୁଆଡ଼େ ଗଲା। ଗଣତାନ୍ତ୍ରିକ ପଦ୍ଧତିରେ ଡିଲିମିଟେଶନ ହେବ, ବିରୋଧୀ ପକ୍ଷ ରଖନ୍ତୁ। କିନ୍ତୁ କିଛି କୁଆଡ଼େ ହୋଇନି, ଡିଲିମିଟେଶନ ନାଁ ଶୁଣି ଏତେ ଭୟ କାହିଁକି। ଅପେକ୍ଷା ନ କରି ନଈ ନ ଦେଖି ଲଙ୍ଗଳା ହେବା ଦରକାର ନାହିଁ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ।
ସେହିପରି ମହାନଦୀ ଜଳ ବିବାଦ ନେଇ ବିଜେଡିକୁ କଡ଼ା ଭର୍ତ୍ସନା କରିଛି ବିଜେପି। ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ। ଥରେ ମାତ୍ର ଆଲୋଚନାକୁ ଗଲା ବିଜେଡି। ରାଜନୈତିକ ଫାଇଦା ପାଇଁ ଟ୍ରିବ୍ୟୁନାଲ୍କୁ ଗଲେ, ଯାହା ଲମ୍ବା ସମୟ ପର୍ଯ୍ୟନ୍ତ ଚାଲେ। ଆଜି ଓଲଟା କଥା କହୁଛନ୍ତି, ମହାନଦୀକୁ ନେଇ ବହୁତ ରାଜନୀତି କଲାଣି ବିଜେଡି। ଆମ ସରକାରକୁ ଆଉ ଜ୍ଞାନ ଦେବା ଦରକାର ନାହିଁ। କେମିତି ସମାଧାନ ହେବ ଆମ ସରକାର ଯତ୍ନବାନ ଅଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ।