ନକଲି ସ୍ତ୍ରୀ ଦେଖାଇ କୋର୍ଟରୁ ଛାଡ଼ପତ୍ର ପାଇଗଲେ ସ୍ୱାମୀ, ଆଉ ତାପରେ…

ପ୍ରକୃତ ସ୍ତ୍ରୀ ପାଖରୁ ତଲାଖ ନେବାକୁ ଚାହୁଁଥିଲେ ସ୍ୱାମୀ। ହେଲେ ସ୍ତ୍ରୀ ତଲାଖ ଦେବାକୁ ନାରାଜ। ସେଥିପାଇଁ ନକଲି ସ୍ତ୍ରୀ ଦେଖାଇ କୋର୍ଟରୁ ଛାଡ଼ପତ୍ର ଡିଗ୍ରୀ ହାସଲ କରିନେଲା ସ୍ୱାମୀ। ଆଉ ଯେତେବେଳେ ପ୍ରକୃତ ସ୍ତ୍ରୀ ଛାଡପତ୍ର କଥା ଜାଣିଲା...

ଚଣ୍ଡିଗଡ଼: ଛାଡ଼ପତ୍ର ତ ଆଜିକାଲି ପ୍ରାୟ ଦମ୍ପତ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ସଠିକ୍ ବୁଝାମଣା ନ ରହିବାରୁ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ହେଉଛି। ହେଲେ ଯଦି ଜଣେ ସ୍ୱାମୀ ଛାଡପତ୍ର ପାଇଁ ନିଜର ପ୍ରକୃତ ସ୍ତ୍ରୀଙ୍କ ବଦଳରେ ଜଣେ ନକଲି ସ୍ତ୍ରୀର ସାହାରା ନିଅନ୍ତି ତାହାଲେ…

ହଁ ଛାଡପତ୍ର ପାଇଁ ଜଣେ ସ୍ୱାମୀ କୋର୍ଟରେ ନକଲି ସ୍ତ୍ରୀର ସାହାରା ନେଇଥିଲେ। ଆଉ ସେହି ନକଲି ସ୍ତ୍ରୀ ସାହାର୍ଯ୍ୟରେ କୋର୍ଟରେ ଛାଡ଼ପତ୍ର ମଧ୍ୟ ହୋଇଗଲା। ଯାହାରା ଟିକେ ହେଲେ ବି ସୁରାକ ପାଇଲାନି ପ୍ରକୃତ ସ୍ତ୍ରୀ। ଆଉ ଯେତେବେଳେ ସ୍ୱାମୀ ଜଣଙ୍କ ଦ୍ୱିତୀୟ ବିବାହ କରିବା ପାଇଁ ପ୍ରସ୍ତୁତ ହେଉଥିଲେ, ସେତେବେଳେ ଘଟଣା ପ୍ରକୃତ ସ୍ତ୍ରୀ ସାମ୍ନାକୁ ଆସିଲା।

ନକଲି ଛାଡ଼ପତ୍ର: ହଁ ସ୍ତ୍ରୀ ପାଖରୁ ଛାଡପତ୍ର ପାଇବା ପାଇଁ ଜଣେ ନକଲି ସ୍ତ୍ରୀକୁ ମୋହରା ବନାଇଛନ୍ତି ଜଣେ ସ୍ୱାମୀ। ଆଉ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ହରିୟାଣା ସିରସାରେ। ଜଣେ ନ୍ୟାୟିକ ମାଜିଷ୍ଟ୍ରେଟ୍ ଜଣେ ଓକିଲଙ୍କୁ ତାଙ୍କ ସ୍ତ୍ରୀ ବୋଲି ପରିଚୟ ଦେଇ ନକଲି ଛାଡପତ୍ର ଡିକ୍ରି ହାସଲ କରିଛନ୍ତି।

ବଠିଣ୍ଡାର କମଲଜିତ ବଂଶଲ ନାମକ ଜଣେ ମାଜିଷ୍ଟ୍ରେଟ୍ କୋର୍ଟରେ ଜଣେ ଓଲିକଙ୍କୁ ତାଙ୍କର ସ୍ତ୍ରୀ ବୋଲି ପରିଚୟ ଦେଇଥିଲେ। ଏବଂ କୋର୍ଟରେ ଡିଭୋର୍ସ ଫାଇଲ କରିଥିଲେ। ଏପରିକି କୋର୍ଟରୁ ମଧ୍ୟ ନକଲି ସ୍ତ୍ରୀ ଦେଖାଇ ଡିଭୋର୍ସ ମଧ୍ୟ ହାସଲ କରିନେଲେ।

ଜାଣିପାରିଲେ ପତ୍ନୀ: ହେଲେ ଡିଭୋର୍ସ ହୋଇଗଲା ସତ, କିନ୍ତୁ ପ୍ରକୃତ ସ୍ତ୍ରୀ ରିମା ଡିଭୋର୍ସ ସମ୍ପର୍କରେ କୌଣସି ସୁରାକ ପାଇଲେନି। ଡିଭୋର୍ସ ଡିଗ୍ରୀ ହାସଲ କରିବା ପରେ କମଲଜିତ ଦ୍ୱିତୀୟ ବିବାହ କରୁଥିଲେ। ସେତେବେଳେ ରୀମା ଜାଣିବାକୁ ପାଇଲେ କି କମଲଜିତ୍ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି।

ସେତେବେଳେ ତାଙ୍କ ମନରେ ପ୍ରଶ୍ନ ଆସିଲା କି, ତାଙ୍କର ତ ଡିଭୋର୍ସ ହୋଇନି ତାହାଲେ ତାଙ୍କ ସ୍ୱାମୀ କିପରି ଦ୍ୱିତୀୟ ବିବାହ କରୁଛନ୍ତି। ଆଉ ଏସମ୍ପର୍କରେ ସେ ଜାଣିବାକୁ ଚେଷ୍ଟା କଲେ । ସେତେବେଳେ ଜଣା ପଡିଲା କି କମଲଜିତ୍ ନକଲି ସ୍ତ୍ରୀ ଦେଖାଇ କୋର୍ଟରୁ ଡିଭୋର୍ସ ଡିଗ୍ରୀ ହାସଲ କରିଛନ୍ତି।

ଜେଲ୍ ଦଣ୍ଡାଦେଶ: ସେତେବେଳେ ତାଙ୍କ ପ୍ରକୃତ ସ୍ତ୍ରୀ ରୀମା ଥାନାର ଦ୍ୱାରସ୍ଥ ହେଲେ ଏବଂ କମଲଜିତଙ୍କ ନାମରେ ଥାନାରେ ଅଭିଯୋଗ କଲେ। ପରେ ଏହି ଘଟଣାର ଶୁଣାଣୀ କରି କୋର୍ଟ ନକଲି ଛାଡପତ୍ର ପାଇଁ କମଲଜିତଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବା ସହ, ୧୫,୦୦୦ ଟଙ୍କା ଜୋରିମାନା ତକିଛନ୍ତି।