fbpx

କଟକରେ ଖେଳାଯିବ ଲିଜେଣ୍ଡ ଲିଗ୍ ମ୍ୟାଚ୍: ଆସନ୍ତା ସିଜିନ୍ ପାଇଁ କାର୍ଯ୍ୟସୂଚୀ ଘୋଷିତ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଲିଜେଣ୍ଡ ଲିଗ୍ କ୍ରିକେଟ୍ ପକ୍ଷରୁ ସେପ୍ଟେମ୍ବର ମାସରେ ହେବାକୁ ଥିବା ଏହାର ଆଗାମୀ ସିଜନ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଏବଂ ତାରିଖର ଘୋଷଣା କରାଯାଇଛି । ଏହି ସିଜନ ଛଅଟି ସହରରେ ଖେଳାଯିବାକୁ ସ୍ଥିର ହୋଇଛି । ଯେଉଁଥିରେ ପାଞ୍ଚଟି ସହର ମଧ୍ୟରେ କଟକ, କୋଲକାତା, ନୂଆଦିଲ୍ଲୀ, ଲକ୍ଷ୍ନୌ ଏବଂ ଯୋଧପୁର ରହିଥିବାବେଳେ ପ୍ଲେ-ଅଫ୍ ସ୍ଥାନ ଘୋଷଣା କରାଯିବା ଏବେ ବାକି ଅଛି । ଓଡ଼ିଶାର କଟକରେ ଆସନ୍ତା ୨୭ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ସମସ୍ତ ଗ୍ରାଉଣ୍ଡରେ ତିନୋଟି ଲେଖାଏଁ ମ୍ୟାଚ୍ ଖେଳାଯିବ ଯେବେକି ଯୋଧପୁର ଏବଂ ଲକ୍ଷ୍ନୌରେ ଦୁଇଟି ମ୍ୟାଚ୍ ର ଯୋଜନା କରାଯାଇଛି । କୋଲକାତାର ଇଡେନ ଗାର୍ଡେନଠାରେ ୧୬ରୁ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଆୟୋଜିତ ହେବ । ଯେଉଁଥିରେ ସ୍ୱତନ୍ତ୍ର ମ୍ୟାଚ୍ ସାମିଲ ରହିଛି ଯାହା ଇଣ୍ଡିଆନ ମହାରାଜା ଏବଂ ୱାର୍ଲଡ ଜିଆଣ୍ଟସ ମଧ୍ୟରେ ଖେଳାଯିବ ।

ସେହିଭଳି ଲକ୍ଷ୍ନୌରେ ୨୧ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ, ନୂଆଦିଲ୍ଲୀରେ ୨୪ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ସେହିଭଳି ଯୋଧପୁରରେ ଆସନ୍ତା ୧ଏବଂ ୩ ଅକ୍ଟୋବରରେ ଏହି ମ୍ୟାଚ ଖେଳାଯିବ । ଆସନ୍ତା ୫ଏବଂ ୭ ଅକ୍ଟୋବରରେ ଏହାର ପ୍ଲେ-ଅଫ ମ୍ୟାଚ୍ ଏବଂ ୮ ଅକ୍ଟୋବରରେ ଏହାର ଫାଇନାଲ ମ୍ୟାଚ୍ ଆୟୋଜିତ ହେବାକୁ ଥିବାବେଳେ ଏଥିପାଇଁ ଭେନ୍ୟୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହା ସମ୍ପର୍କରେ ଲିଜେଣ୍ଡ ଲିଗ୍କ୍ରି କେଟ୍, କୋ-ଫାଉଣ୍ଡର ଏବଂ ସିଇଓ ଶ୍ରୀ ରମଣ ରହେଜା କହିଛନ୍ତି ଯେ, “ଆମର ପ୍ରଶଂସକ ଏବଂ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି । ଫିକ୍ସରର୍ସର ଘୋଷଣା ସହିତ ସେମାନେ ଏହି ମ୍ୟାଚ୍ପା ଇଁ ଯୋଜନା କରିପାରିବେ ।

ଅନଲାଇନରେ ଟିକେଟ ଉପଲବ୍ଧ ତାରିଖର ଘୋଷଣା ସହିତ ଆମେ ବହୁତ ଜଲଦି ଆମ ଟିକେଟିଙ୍ଗ ପାର୍ଟନରଙ୍କ ଘୋଷଣା କରିଦେଉଛୁ । ଏକ ନୂଆ ଫର୍ମାଟରେ ୧୦ଟି ଦେଶରୁ କିମ୍ବଦନ୍ତୀ ଖେଳାଳୀମାନଙ୍କ ଲାଇନ୍-ଅପ୍ ସହିତ ମୁଁ ସୁନିଶ୍ଚିତ ଯେ, ଚଳିତ ବର୍ଷ ପ୍ରଶଂସକମାନେ ପିଚ୍ ରେ ଶକ୍ତିଶଳୀ ପ୍ରଦର୍ଶନ ସହିତ ଏକ ମହାନ ସିଜନର ଅନୁଭବ ପାଇପାରିବେ । ସେ ଆହୁରି ମଧ୍ୟ କହିଛନ୍ତିଯେ, “ଆସନ୍ତା ସିଜନ ପାଇଁ ଆମେ ପାକିସ୍ତାନରୁ କୌଣସି ଖେଳାଳୀ ଆଣି ନାହୁଁ । ବହୁତ ଶୀଘ୍ର ଡ୍ରାଫ୍ଟରେ ଆମେ ଆଉ କିଛି ଆନ୍ତର୍ଜାତୀୟ ଖେଳାଳୀଙ୍କୁ ସାମିଲ କରିବୁ । ଅନ୍ତିମ ମ୍ୟାଚ୍ ପାଇଁ ଡେରାଡୁନକୁ ବିଚାରକୁ ନିଆଯାଉଥିବା ସେ କହିଛନ୍ତି ।

Get real time updates directly on you device, subscribe now.