fbpx

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନଶିପ୍ ପ୍ରାକ୍ କ୍ୱାର୍ଟରଫାଇନାଲରେ ସାଇନା

ଟୋକିଓ: ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜୟିନୀ ଭାରତୀୟ ମହିଳା ତାରକା ସାଇନା ନେହ୍ୱାଲ ଏଠାରେ ଚାଲିଥିବା ଚଳିତ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନଶିପ ମହିଳା ସିଙ୍ଗଲ୍ସ ପ୍ରାକ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ସାଇନା ହଂକଂର ଚେୟୁଙ୍ଗ ନାନ୍ ୟିଙ୍କୁ ୨୧-୧୯, ୨୧-୯ରେ ପରାସ୍ତ କରିଛନ୍ତି । ପୂର୍ବରୁ ସାଇନା ବିଶ୍ୱ ଚାମ୍ପିଅନଶିପରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ଥିବା ବେଳେ ଚଳିତ ବର୍ଷ ପିଭି ସିନ୍ଧୁଙ୍କ ଅନୁପସ୍ଥିତିରେ ଭାରତ ପାଇଁ ପଦକ ହାସଲ କରିବା ନେଇ ବଡ ଚାଲେଞ୍ଜର ସମ୍ମୁଖୀନ ହେବେ । ପରବର୍ତ୍ତୀ ରାଉଣ୍ଡରେ ସାଇନାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜାପାନର ନୋଜୋମି ଓକୁହାରା ଆଘାତ ଜନିତ କାରଣ ନେଇ ଏହତ ଚାମ୍ପିଅନଶିପରୁ ଓହରି ଯିବା ଫଳରେ ସାଇନା ବାଇ ପାଇବା ନିଶ୍ଚିତ ହୋଇ ଯାଇଛି ।

ସୂଚନା ଯୋଗ୍ୟ ଯେ, ୨୦୧୯ରେ ବିଶ୍ୱ ଚାମ୍ପିଅନଶିପ ମହିଳା ସିଙ୍ଗଲ୍ସ ଟାଇଟଲ ଜିତି ଥିବା ପିଭି ସିନ୍ଧୁ ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ । ମାତ୍ର ଆଘାତ କାରଣ ନେଇ ସେ ଚଳିତ ବିଶ୍ୱ ଚାମ୍ପିଅନଶିପରୁ ଓହରି ଗଲେ । ମଙ୍ଗଳବାର ସାଇନାଙ୍କ ସହିତ ଭାରତୀୟ ମହିଳା ଯୋଡି ତ୍ରିଷା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ମାଲେସିୟା ଯୋଡି ୟିନ ୟୁଆନ ଲୋୱ ଓ ଭାଲେରୀ ସିୱୋଙ୍କୁ ୨୧-୧୧,୨୧-୧୩ରେ ପରାସ୍ତ କରିଛନ୍ତି । ସେହିପରି ଭାରତର ଅନ୍ୟତମ ମହିଳା ଯୋଡି ଅଶ୍ୱିନି ଭଟ୍ଟ ଓ ଶିଖା ଗୌତମ ମଧ୍ୟ ପ୍ରଥମ ରାଉଣ୍ଡ ବିଜୟ ସହିତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ।

Get real time updates directly on you device, subscribe now.