fbpx

ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭରୁଛନ୍ତି କମ ଟ୍ୟାକ୍ସ, ଜାଣନ୍ତୁ କେତେ ଆୟକର ଦେଉଛନ୍ତି ଜେଫ ବେଜୋସ ଓ ଏଲନ ମସ୍କ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ବିତଶାଳୀ ବ୍ୟକ୍ତି ତାଲିକାରେ ସାମିଲ ଆମେରିକାର ଅରବପତି ଜେଫ ବେଜୋସ, ଏଲନ ମସ୍କ ଓ ୱାରେନ ବଫେଟ୍‌ଙ୍କ ଆୟକର ସମ୍ବନ୍ଧିତ ସୂଚନା ଲିକ୍ ହୋଇଛି । ଏଥିରେ ଦାବି କରାଯାଇଛି ଯେ, ଇ-କମର୍ସ କମ୍ପାନୀ ଆମାଜନର ମାଲିକ ଜେଫ ବେଜୋସ ୨୦୦୭ ଓ ୨୦୧୧ରେ ଟ୍ୟାକ୍ସ ହିଁ ଦେଇ ନାହାନ୍ତି । ଅନ୍ୟପଟେ ଟେଲସାର ମାଲିକ ଏଲନ ମସ୍କ ୨୦୧୮ରେ ଟ୍ୟାକ୍ସ ଭାବେ ଗୋଟିଏ ଟଙ୍କା ବି ଦେଇ ନାହାନ୍ତି । ଆସନ୍ତୁ ଜାଣିବା ଆମେରିକାର ଅରବପତି ଜେଫ ବୋଜେସ୍‌, ଏଲନ ମସ୍କ ଓ ୱାରେନ ବଫେଟ୍ କେତେ ଟ୍ୟାକ୍ସ ଭରନ୍ତି ।

ସମାଚାର ୱେବସାଇଟ ପ୍ରୋ ପବ୍ଲିକା ଆମେରିକା ଅରବପତିଙ୍କ ଟ୍ୟାକ୍ସ ସଂପର୍କିତ ସୂଚନାରେ ଦାବି କରିଛି ଯେ, ଦୁୁନିଆର ସବୁଠୁ ଧନୀ ଲୋକ ସବୁଠୁ କମ ଆୟକର ହିଁ ଦେଉଛନ୍ତି । ଏହି ୱେବସାଇଟ୍ ଅଭିଯୋଗ କରିଛି ଜେଫ ବୋଜେସ୍ ୨୦୦୭ ଓ ୨୦୧୧ରେ ଟ୍ୟାକ୍ସ ହିଁ ଦେଇ ନାହାନ୍ତି । ଏଲନ ମସ୍କ ମଧ୍ୟ ୨୦୧୮ରେ ଟ୍ୟାକ୍ସ ନାମରେ ଗୋଟିଏ ହେଲେ ଟଙ୍କା ଦେଇ ନାହାନ୍ତି । ଆମେରିକାର ସବୁଠୁ ୨୫ ଧନୀ ବ୍ୟକ୍ତିଙ୍କ ମୋଟ୍ ଆୟ ଯାହା ହେବ ସେଥିରୁ ମାତ୍ର ୧୫.୮ ପ୍ରତିଶତ ଟ୍ୟାକ୍ସ ହିଁ ଦିଅନ୍ତି । ନିକଟ ବର୍ଷରେ ସେମାନଙ୍କର ସଂପତି ବଢିଥିଲେ ମଧ୍ୟ ଏହି ସବୁ ଧନୀ ଲୋକ ଆଇନ ରଣନୀତି ପ୍ରସ୍ତୁତ କରି ଆୟକର ରାଶିକୁ କମ କରିବାରେ ଲାଗିଛନ୍ତି । ଅରବପତି ନିଜର ଆୟକର ରାଶି କମ କରିବା ପାଇଁ ଦାନ ଏବଂ ଅନ୍ୟ ସାହାଯ୍ୟରେ ଦେଇଥିବା ଧନରାଶିର ବିଲ୍ ଦେଖାଇ ଟଙ୍କା ସଂଚୟ କରିବାରେ ସଫଳ ହୋଇଛନ୍ତି ।

ୱେବସାଇଟ ଫୋବର୍ସ ପତ୍ରିକାର ତଥ୍ୟ ଉପଯୋଗ କରି ସୂଚନା ଦେଇଛି ଯେ, ଆମେରିକାର ସବୁଠୁ ବଡ ୨୫ ଧନୀ ବ୍ୟକ୍ତିଙ୍କ ସଂପତି ୨୦୧୪ ରୁ ୨୦୧୮ ପର୍ଯ୍ୟନ୍ତ ୪୦୧ ଅରବ ଡଲାର ବୃଦ୍ଧି ଘଟିଛି । ମାତ୍ର ଏହି ସମୟରେ ଏହି ଧନୀ ବ୍ୟକ୍ତିମାନେ ୧୩.୬ ଅରବ ଆୟକର ଭରିଛନ୍ତି ।

ହ୍ୱାଇଟ୍ ହାଉସର ଜଣେ ମୁଖପାତ୍ର କହିଛନ୍ତି, ଏହି ସୂଚନା ସାର୍ବଜନୀନ ହେବା ବେଆଇନ ଅଟେ । ଏହି ମାମଲାର ତଦନ୍ତ ଏଫବିଆଇ ଓ ଟ୍ୟାକ୍ସ ଅଧିକାରୀ କରୁଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ଜୋ ବାଇଡେନ ଦେଶରେ ସମାନତା ପାଇଁ ଏବଂ ଆନୁସଙ୍ଗିକ ଭିତିଭୂମିରେ ନିବେଶ ପାଇଁ ଧନ ସଂଗ୍ରହ ଉଦ୍ଦେଶ୍ୟରେ ସବୁଠୁ ଧନୀ ଆମେରିକା ବ୍ୟକ୍ତିଙ୍କ ଉପରେ କର ବଢାଇବାକୁ କହିଥିଲେ ।

 

Get real time updates directly on you device, subscribe now.