CHARIDHAM

ପଢ଼ାଉ ପଢ଼ାଉ ଛାତ୍ରୀଙ୍କୁ ଲୋଭେଇ ଯାଇଥିଲେ! ତାପରେ…

ବାଲେଶ୍ଵର(ଓଡ଼ିଶା ଭାସ୍କର): ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୋଗ ଅନୁସାରେ ବାଲେଶ୍ଵର ସହରରେ ଥିବା ଗୋଟିଏ ଆର୍ଟ କଲେଜର ପୂର୍ବତନ ଅଧ୍ୟାପକ ଶଶାଙ୍କ ଶେଖର ଦାସଙ୍କୁ ସଦର ପୋଲିସ୍‌ ଗିରଫ କରିଛି।

ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କର ଫଟୋ ଭାଇରାଲ ପରେ ଥାନାରେ ଅଭିଯୋଗ ହୋଇଥିଲା। ଅଧ୍ୟାପକଙ୍କୁ ଗିରଫ କରାଯାଇଥିବା ନେଇ ସଦର ଥାନା ଅଧୂକାରୀ ଅଶୋକ ନାୟକ ସୂଚନା ଦେଇଛନ୍ତି। ଏଥିସହ ଉଭୟ ଛାତ୍ରୀ ଓ ଅଧ୍ୟାପକଙ୍କୁ ଡାକ୍ତରୀମାଇନା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

ସୂଚନା ଅନୁଯାୟୀ, ସହରର ଉକ୍ତ ଆର୍ଟ କଲେଜରେ ଜଣେ ଇତିହାସ ଅଧ୍ୟାପକ ଭାବରେ ଶଶାଙ୍କ ଶେଖର ଦାସ କାର୍ଯ୍ୟ କରୁଥିଲେ। ଭୋକେସନାଲ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହିତ କଲେଜର ଅନ୍ୟ ଛାତ୍ରଛାତ୍ରୀଙ୍କୁ ସେ ସବୁ ବିଷୟରେ ଟିଉସନ କରୁଥିଲେ। ତେବେ ସେ କଲେଜରେ ଅଧ୍ୟାପନା କରୁଥିବା ସମୟରେ ଜଣେ ନାବାଳିକା ଛାତ୍ରୀଙ୍କ ସହିତ ଅନୈତିକ ସମ୍ପର୍କର ଭିଡିଓ ଭାଇରାଲ ହୋଇଥିଲା। ଅନ୍ୟପକ୍ଷରେ ଅଧ୍ୟାପକ ଜଣଙ୍କ ଛଅ ମାସ ପୂର୍ବରୁ କଲେଜରୁ ଇସ୍ତଫା ଦେଇସାରିଥିବା କଲେଜ ସୂତ୍ରରୁ ଜଣାପଡ଼ିଛି।