CHARIDHAM

ବଡ଼ ଖବର: +୨ ମୂଲ୍ୟାୟନରେ ସାମିଲ ହେବେ ଅଧ୍ୟାପକ

ଭୁବନେଶ୍ୱର: +୨ ମୂଲ୍ୟାୟନରେ ସାମିଲ ହେବେ ୬୬୨ ବର୍ଗ ଅଧ୍ୟାପକ । ମୂଲ୍ୟାୟନ କାର୍ଯ୍ୟରେ ୬୬୨ ବର୍ଗ କଲେଜ ସଂଘ ସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବା ନେଇ ସଂଘର ସଭାପତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଜାପାନ ଗସ୍ତରେ ଥିବାରୁ ଆଲୋଚନା ଘୁଞ୍ଚିଯାଇଛି । ମୂଲ୍ୟାୟନ ସମୟରେ ଧାରଣା ଜାରି ରହିବ । ପ୍ରତୀକାତ୍ମକ ଧାରଣା ଓ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ସଭାପତି କହିଛନ୍ତି । ତେବେ ସମାନ କାମକୁ ସମାନ ଦରମା ଦେଇ ଧାରଣା ଦେଉଛି ସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ ୫୫ ଦିନ ହେଲା ସେମାନେ ଧାରଣା ଦେଉଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ମୁହଁରେ କଳାପଟି ବାନ୍ଧି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଗୁରୁବାର ଅପରାହ୍ଣରେ ଶତାଧିକ ଅଧ୍ୟାପକ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର୍ ପିଏମ୍ଜିରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ। ସଭାରେ ସଂଘ ପକ୍ଷରୁ କୁହାଯାଇଥିଲା ଯେ ଗତ ଫେବ୍ରୁଆରି ୧୩ ତାରିଖରୁ ୧୫ଦିନ ଧରି ଅହୋରାତ୍ର ଆନ୍ଦୋଳନ ଚାଲିବା ପରେ ସରକାର ସଂଘକୁ ଆଲୋଚନା ପାଇଁ ଡାକିଥିଲେ। ମାର୍ଚ୍ଚ ୧୦ରୁ ୧୨ତାରିଖ ମଧ୍ୟରେ ମନ୍ତ୍ରୀସ୍ତରୀୟ କମିଟି ବସି ସମସ୍ତ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଆଲୋଚନା ପରେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷାକୁ ଅଧ୍ୟାପକମାନେ ସୁଚାରୁରୂପେ ପରିଚାଳନା କଲେ। କିନ୍ତୁ ଏଯାଏ ସରକାରଙ୍କ ପକ୍ଷରୁ କୌଣସି ଦାବି ପୂରଣ କରାଗଲା ନାହିଁ।