fbpx

ଏଣିକି ଫୁସଫୁସ କ୍ୟାନସରର ଚିକିତ୍ସା ହେବ ସହଜ, ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ କୁନି ରୋବଟ୍ କରିବ ଏହି ଚିକିତ୍ସା

Advertisement

ନୂଆଦିଲ୍ଲୀ: ଲିଡସ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କୁ ଫୁସଫୁସ୍ କ୍ୟାନସର ଚିକିତ୍ସା କ୍ଷେତ୍ରରେ ବଡ ସଫଳତା ମିଳିଛି । ଗବେଷକମାନେ ୨ ମିଲିମିଟର ବ୍ୟାସର ଏକ ରୋବଟ ବିକଶିତ କରିଛନ୍ତି ଯାହା ଶରୀର ମଧ୍ୟକୁ ଯାଇ କ୍ୟାନସରର ଲକ୍ଷଣ ବିଷୟରେ ପତ୍ତା ଲଗାଇବ ଓ ଏହାର ଉପଚାର କରିବାରେ ସକ୍ଷମ ହେବ । ଅଲଟ୍ରା ସଫ୍ଟ ଟେଣ୍ଟେକଲ ରୋବଟ୍ ଯାହା ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏହା ସବୁଠାରୁ କ୍ଷୁଦ୍ର ଫୁସଫୁସ୍ ନଳୀରେ ପହଞ୍ଚି ରୋଗର ଚିକିତ୍ସା କରାଇବାରେ ସହାୟକ ହେବ । ଏହି ରୋବଟକୁ ଲିଡସର ଷ୍ଟ୍ରମ ଲ୍ୟାବରେ ଡାକ୍ତର, ବୈଜ୍ଞାନିକ ଓ ଇଂଜିନିୟର ମାନଙ୍କ ମିଳିତ ଉଦ୍ୟମରେ ବିକଶିତ କରାଯାଇଛି । ବୈଜ୍ଞାନିକଙ୍କ ଦାବୀ ଏହି ଆବିଷ୍କାର ଫଳରେ ଏବେ କ୍ୟାନସରର ସଠିକ୍ ଚିକିତ୍ସା କରାଯାଇପାରିବ ।

ଲ୍ୟାବରେ ଏକ ମୃତଦେହର ଫୁସଫୁସର ପରୀକ୍ଷଣ ସମୟରେ ଏହି ରୋବଟ ଫୁସଫୁସର ଅଧିକ ଭିତରକୁ ଯାଇ କ୍ୟାନସର ବିଷୟରେ ସନ୍ଧାନ କରିପାରିଛି । ଏହା ସହିତ ଏହି ମିନି ରୋବଟ ଫୁସଫୁସକୁ ଖୁବ୍ କମ୍ କ୍ଷତି ପହଞ୍ଚାଇଛି । ଏହି ଆବିଷ୍କାର ମାନବ ଇତିହାସ ଲାଗି ବେଶ୍ କ୍ରାନ୍ତିକାରୀ ସାବ୍ୟସ୍ତ ହୋଇପାରିବ ବୋଲି ଲ୍ୟାବର ନିର୍ଦ୍ଦେଶକ ପ୍ରଫେସର ପିଏଟ୍ରୋ ବଲଦାସ୍ତ୍ରୀ କହିଛନ୍ତି । ଏହାର ୩ ଗୋଟି ବିଶେଷତ୍ୱ ରହିଛି । ପ୍ରଥମଟି ହେଉଛି ସଠିକ୍ ଚିକିତ୍ସା, ଦ୍ୱିତୀୟ ଏହା ବହୁତ ସଫ୍ଟ ଓ ତୃତୀୟ ଏହା ଚୁମ୍ବକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଏହି ରୋବଟ ଶରୀରର ସୁସ୍ଥ ଅଙ୍ଗକୁ କୌଣସି କ୍ଷତି ନ ପହଞ୍ଚାଇ କେବଳ ଟ୍ୟୁମରଯୁକ୍ତ କୋଷିକାକୁ ଟାର୍ଗେଟ କରିଥାଏ ।

 

Get real time updates directly on you device, subscribe now.