fbpx

ୟୁଜି/ ପିଜି ପରୀକ୍ଷାକୁ ନେଇ ପୁଣି ଚିଠି

ଭୁବନେଶ୍ୱର, ୨୪ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ବର୍ତ୍ତମାନ ଗମ୍ଭୀର ରହିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହାସହ ସ୍କୁଲ, କଲେଜ, ପରୀକ୍ଷା ସବୁକୁ ବନ୍ଦ ରଖାଯାଇଛି । ତେଣୁ ୟୁଜି/ପିଜି ଶେଷ ବର୍ଷର ପରୀକ୍ଷା ବାଧ୍ୟତାମୂଳକ ନ କରିବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପୁଣିଥରେ ଚିଠି ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ପରୀକ୍ଷା କରାଗଲେ ଏକ ଆବଦ୍ଧ କୋଠରୀରେ ବହୁ ପରୀକ୍ଷାର୍ଥୀ ଏକତ୍ର ହେବେ । ଯାହା ବିପଦଜନକ ହୋଇପାରେ ତେଣୁ ୟୁଜି/ପିଜି ଶେଷ ବର୍ଷର ପରୀକ୍ଷାକୁ ନକରିବାକୁ ଚିଠି ଲେଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ୟୁଜିସିର ପୁରୁଣା ନିର୍ଦ୍ଦେଶ କ୍ରମେ ପରୀକ୍ଷା ବାତିଲ କରାଯାଇଛି । ନୂଆ ନିର୍ଦ୍ଦେଶରେ ଶେଷ ବର୍ଷର ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ୟୁଜିସି । ଏହାସହ ବିକଳ୍ପ ପଦ୍ଧତିରେ ପରୀକ୍ଷା ଫଳ ପ୍ରକାଶ କରିବା ସପକ୍ଷରେ ଓଡ଼ିଶା ରହିଥିବା ସୂଚନା ରହିଛି ।

Get real time updates directly on you device, subscribe now.