fbpx
BSKY
BJD SHG SKY
BJD MC SKY

ଏଲଆଇସି ଆଣିଲା ନୂଆ ପଲିସି ‘ଜୀବନ ଉତ୍ସବ’ , ବଢିଆ ରିଟର୍ଣ୍ଣ ସହ ରହିଛି ଲୋନ୍‌ର ବି ସୁବିିଧା

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ବୁଧବାର ଏକ ନୂଆ ଜୀବନ ବୀମା ପଲିସି ଜୀବନ ଉତ୍ସବ ଜାରି କରିଛି । କମ୍ପାନୀ ଏହି ପଲିସିକୁ ଅନେକ ଗୁଡିଏ ଆକର୍ଷକ ଫିଚର ସହିତ ଜାରି କରିଛି । ଏଥିରେ ନିିବେଶକଙ୍କ ଲାଗି ସୁନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ରହିଛି । ଏଲଆଇସି ପକ୍ଷରୁ କୁହାଯାଇଛି ଏହା ଏକ ନନ୍ ଲିଙ୍କଡ୍‌, ବ୍ୟକ୍ତିଗତ ସଞ୍ଚୟ ଓ ସଂପୂର୍ଣ୍ଣ ଜୀବନବୀମା ଯୋଜନା ।

ଏଲଆଇସିର ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ନୂଆ ପଲିସି ସୁନିଶ୍ଚିତ ରିଟର୍ଣ୍ଣ ସହିତ ଓ ଏହା ପୂର୍ଣ୍ଣ ହେବା ପରେ ପଲିସିଧାରକଙ୍କୁ ସାରା ଜୀବନ ବୀମାରାଶିର ୧୦% ମିଳିବ । ଏହା ବ୍ୟତିତ ଏଥିରେ ଲୋନ୍ ସୁବିଧା ଓ ସମୟ ପୂର୍ବରୁ ଉଠାଣର ସୁବିଧା ବି ରହିଛି ।

ଆରମ୍ଭରୁ ପଲିସି ଧାରକଙ୍କ ନିକଟରେ ଦୁଇଟି ବିକଳ୍ପ ରହିବ ଯାହା ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ହେବ । ଏଥିମଧ୍ୟରେ ଗୋଟିଏ ବିକଳ୍ପ ହେବ ନିୟମିତ ଆୟ ଲାଭ ଓ ଅନ୍ୟଟି ଫ୍ଲେକ୍ସୀ ଆୟ ଲାଭ । ପଲିସିର ମିନିମମ୍ ବେସିକ୍ ବୀମା ରାଶି ରହିଛି ୫ ଲକ୍ଷ । ଅଧିକତମ ମୂଳ ବୀମା ରାଶିର କୌଣସି ସୀମା ନାହିଁ । ଏହି ପଲିସିରେ ସାରା ଜୀବନ ରିଟର୍ଣ୍ଣ ସହିତ ପ୍ରିିମିୟମ ଭରିବାର ଅବଧି ୫ରୁ ୧୬ ବର୍ଷ ମଧ୍ୟରେ ସୀମିତ । ପ୍ରିମିୟମ ଭରିବା ସମୟରେ ଅତିରିକ୍ତ ଗ୍ୟାରେଣ୍ଟି ବି ଦିଆଯିବ । ଏହି ପଲିସି ଲାଗି ନ୍ୟୁନତମ ବୟସ ୧୮ ପ୍ରିମିୟମ ଶେଷର ସର୍ବାଧିକ ବୟସ ୭୫ ରହିଛି ।

ଏଲଆଇସି ବିଳମ୍ବ ଓ ଫ୍ଲେକ୍ସୀ ଆୟ ଲାଭ ବିକଳ୍ପ ଉପରେ ୫.୫% ହାରରେ ବାର୍ଷିକ ସୁଧ ପ୍ରଦାନ କରିବ । ଏହାସହିତ ଲିଖିତ ଆବେଦନ ପରେ ପଲିସିଧାରକ ୭୫% ପର୍ଯ୍ୟନ୍ତ ପଇସା ଉଠାଇପାରିବ ଯେଉଁଥିରେ ସୁଧ ବି ସାମିଲ ରହିଛି ।

Get real time updates directly on you device, subscribe now.