ନୂଆଦିଲ୍ଲୀ: ୪ ମାସରେ ଏହି ପିଏସୟୁ ଷ୍ଟକରେ ୨୫ ପ୍ରତିଶତ ହ୍ରାସ ହୋଇଛି । ଏପରି ସମୟରେ ଏଲଆଇସିର ଭାଗିଦାରୀରେ ଆସୁଛି ସକାରାତ୍ମକ ପରିବର୍ତ୍ତନ । ତେଣୁ ଏବେ ଏଲଆଇସି ସେୟାର କିଣିବା ଠିକ ହେବ କି ନାହିଁ? ଏହାକୁ ନେଇ କଣ କହୁଛନ୍ତି ବିଶେଷଜ୍ଞ ଆସନ୍ତୁ ଜାଣିବା ।
ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ନବରତ୍ନ କମ୍ପାନୀରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି । ଏଲଆଇସିର ଏହି ସବୁ କମ୍ପାନୀର ସେୟାରରେ ୭.୭୮ ପ୍ରତିଶତର ଅଂଶୀଦାରୀ ଦେଖିବାକୁ ମିଳୁଛି । ଏହି କମ୍ପାନୀ ହେଉଛି କଣ୍ଟେନର କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ (କାନକାଁର)ା ଦ୍ୱିତୀୟ ତୈମାସିକ ସମୟର ଅନ୍ତମ ଚରଣରେ ଏଲଆଇସି ନିକଟରେ କାନକାଁରର ୩,୭୦,୦୪,୭୨୨ ସେୟାର ଥିଲା, ଯାହା ୬.୭ ପ୍ରତିଶତ ଭାଗିଦାରିତାକୁ ଦର୍ଶାଉଥିଲା
ପିଏସୟୁର ଏହି ଷ୍ଟକ ୨୦୨୪ରେ ଏପର୍ଯ୍ୟନ୍ତ ମାତ୍ର ୩ ପ୍ରତିଶତ ବୃଦ୍ଧି କରିଛି, ଯାହା ଜୁନ ୪ରେ ସବୁଠାରୁ ଅଧିକ ୧,୧୯୩,୯୫ ଟଙ୍କାରୁ ୨୫ ପ୍ରତିଶତ ହ୍ରାସ ପାଇଛି । ବୁଧବାର କାନକାଁରର ସେୟାର ୦.୩୬ ପ୍ରତିଶତ ହ୍ରାସପାଇ ୮୯୦ ଟଙ୍କାରେ କାରବାର କରିଥିଲା । ଗୋଟିଏ ମାସରେ କମ୍ପାନୀର ସେୟାର ୧୦.୩୫ ପ୍ରତିଶତ ହ୍ରାସ ପାଇଛି ।
ତେବେ ଏଲଆଇସିର ସେୟାର କିଣିବା ପରେ ମଧ୍ୟ କିଛି ଦଲାଲ ଏହି ସେୟାର ବିକିବାକୁ ପରାମର୍ଶ ଦେଉଛନ୍ତି । ସେମାନେ ସେଲର ରେଟିଂ ସ୍ପଷ୍ଟ କରିଛନ୍ତି । ସେମାନଙ୍କ ମତରେ ଦୁର୍ବଳ ଦାବିକୁ ନେଇ ନିକଟ ଭବିଷ୍ୟତରେ ସମସ୍ୟା ହୋଇପାରେ । କିନ୍ତୁ କାନକାର ସେୟାର ଉପରେ ଲମ୍ବା ସମୟର ଲାଭ ମିଳିପାରେ କହୁଛନ୍ତି ବିଶେଷଜ୍ଞ । ସେହିପରି କୋଟକ ଇନଷ୍ଟିଚ୍ୟୁଶନାଲ ଇକ୍ୱିୟିଜ କହୁଛି କି, ଅଶୋଧିତ ତେଲ କମ୍ପାନୀରେ ହ୍ରାସ, ରେଳ ଅପରେସନ ତୁଳନାରେ ସଡକ ଅପରେଟରଙ୍କ ପାଇଁ ଲାଭ ଦେବ ନାହିଁ ।
ନୁଭାମୀ ଇନଷ୍ଟିଚ୍ୟୁଶନ ଇକ୍ୱିଟିଜ କହିଛି କି, ଆର୍ଥିକ ବର୍ଷ ୨୫ରେ ଏଏକ୍ସଆଇଏମ ପାଇଁ କାନକାରର ୧୫ ପ୍ରତିଶତ ଭଲ୍ୟୁମ ଗ୍ରୋଥ ହାସିଲ କରିବା କଠିନ ହୋଇପାରେ । ତେଣୁ କୌଣସି ବି ସେୟାର କିଣିବା ଆଗରୁ ନିଜ ଆର୍ଥ ବିଶେଷଜ୍ଞ ବା ପରାମର୍ଶଦାତାଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ ।