ମହିଳାଙ୍କୁ LIC ଦେବ ଟଙ୍କା ସାଙ୍ଗକୁ ପ୍ରଶିକ୍ଷଣ, ଜଣନ୍ତୁ କେଉଁମାନଙ୍କୁ ମିଳିବ ଏହି ସୁବିଧା …
LIC ଆଣିଛି ମହିଳାଙ୍କ ପାଇଁ ବଡ ସୁଯୋଗ। ନାରୀଙ୍କୁ ସ୍ୱାବଲମ୍ବୀ କରିବାର ନୂଆ ପ୍ରାୟଶ।
ଓଡିଶା ଭାସ୍କର: ଭାରତର ସବୁଠାରୁ ବଡ଼ ବୀମା କମ୍ପାନୀ ଖଓଉ ଆଣିଛି ମହିଳାଙ୍କ ପାଇଁ ଏକ ଜବରଦସ୍ତ ପ୍ଲାନ । ଯାହାର ନାମ ସଖୀ । ନିକଟରେ ଖଓଉ ପକ୍ଷରୁ ବୀମା ସଖୀ ଯୋଜନା ପଲିସି ଲଞ୍ଚ କରାଯାଇଛି।
୧୮ ରୁ ୫୦ ବର୍ଷ ବୟସର ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି । ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ବୀମା ନିଗମ ଏହି ପଲିସିକୁ ଲଞ୍ଚ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଏକ ବର୍ଷ ମଧ୍ୟରେ ପ୍ରାୟ ଏକ ଲକ୍ଷ୍ୟ ମହିଳାଙ୍କୁ ଏହି ଯୋଜନାରେ ଯୋଡିବା । ଯାହାଫଳରେ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ । ଏହି ଯୋଜନାରେ ଆପଣ ପୁରା ପ୍ରକ୍ରିୟା ଅନୁସାରେ ଅନଲାଇନ ମାଧ୍ୟମରେ ଜାଣିପାରିବେ ସେହି ଅନୁଯାୟୀ ଆପଣ ଆବେଦନ କରିବେ।
ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ସେହି ଯୋଜନାର ନାମ ରଖିଥିଲେ ସଖୀ । ଏହି ପଲିସିକୁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଏଠାରେ ଆପଣଙ୍କୁ ପଲିସିର ସବିଶେଷ ସୂଚନା ମିଳିଯିବ।
ଏହି ଯୋଜନା ଆପଣମାନେ ଅନଲାଇନରେ ଆବେଦନ କରିସାରିବା ପରେ ମହିଳା ମାନଙ୍କୁ ପ୍ରଥମେ ସାତ ହଜାର ଟଙ୍କା ମିଳିବ । ପ୍ରଥମ ବର୍ଷ ଏହି ଯୋଜନାରେ ସାତ ହଜାର ଟଙ୍କା ମିଳିବା ପରେ ଦ୍ଵିତୀୟ ବର୍ଷ ଏହି ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହଯୋଗ ପାଇଁ ୬ ହଜାର ଟଙ୍କା ହ୍ରାସ କରାଯିବ । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରିବା ଏଥିସହ ମହିଳାମାନଙ୍କୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସରକାର ତାଲିମ ଦେବେ ଯାହାଦ୍ବାରା ମହିଳାମାନେ ନିଜକୁ ସ୍ବାବଲମ୍ବୀ କରିପାରିବେ ।
ଗତ ବର୍ଷ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି; ଯାହାର ନାମ ରଖିଥିଲେ ସଖୀ । ଏହି ପଲିସିକୁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।