fbpx

ବଡ଼ଧରଣର ରୋପୱେ ଦୁର୍ଘଟଣାରେ ଦୁଇ ମୃତ: ଏକ ହଜାର ଫୁଟ ଉଚ୍ଚତାରେ ଝୁଲି ରହିଛନ୍ତି ୩୦ ଜଣ, ଚାଲିଛି ଯବାନ, ITBP ଓ NDRFର ରେସ୍କ୍ୟୁ ଅପରେସନ୍

ନୂଆଦିଲ୍ଲୀ: ବିପଦ କେତେବେଳେ ଆସିବ, ଦୁର୍ଘଟଣା କେତେବେଳେ ଘଟିବ ତାହା କେହି କହି ପାରିବେ ନାହିଁ । ଏକ ରୋପୱେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଅନ୍ୟ ୪୮ ଜଣ ଲୋକ ଘଣ୍ଟା ଘଣ୍ଟା ଧରି ଶୂନ୍ୟରେ ଝୁଲି ରହିବାକୁ ବାଧ୍ୟ ହୋଇଥିଲେ । ଏହି ମରଣଯନ୍ତାରୁ ମୁକୁଳିବାକୁ ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ନଥିବାରୁ ବାଧ୍ୟହୋଇ ସେମାନେ ୧୬ ଘଣ୍ଟା ଧରି ବାୟୁରେ ଝୁଲି ରହିଥିଲେ । ଖବର ମୁତାବକ ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।

ତେବେ ଶୂନ୍ୟରେ ଝୁଲି ରହିଥିବା ଲୋକମାନଙ୍କୁ ଉଦ୍ଧାର ପାଇଁ ସେନାର ଦୁଇଟି ଏମଆଇ-୧୭ ହେଲିକପ୍ଟରଙ୍କ ନିୟୋଜିତ ହୋଇଛି । ଏଥିସହିତ ଡ୍ରୋନରେ ଲୋକଙ୍କୁ ଖାଦ୍ୟ ଦିଆଯାଉଛି । ଝାଡ଼ଖଣ୍ଡର ଦେଓଘରର ତ୍ରିକୁଟ ରୋପୱେରେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ସନ୍ଧ୍ୟା ୫ଟା ସମୟରେ ଏକ ହଜାର ଫୁଟ ଉଚ୍ଚରେ ବହୁ ଲୋକ ଫସି ରହିଥିଲେ ।

ସେମାନଙ୍କୁ ବଞ୍ଚାଇବା ପାଇଁ ବାଧ୍ୟହୋଇ ସେନାର ସହାୟତା ନିଆଯାଇଥିଲା । ଏଥିସହିତ ଆଇଟିବିପି, ଏନଡିଆରଏଫର ଉଦ୍ଧାରକାରୀ ଦଳ ମଧ୍ୟ କାର୍ଯ୍ୟରେ ଲାଗିଛନ୍ତି । ଫସିଥିବା ସମସ୍ତଙ୍କ ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି ବୋଲି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ।

Get real time updates directly on you device, subscribe now.