fbpx

ସ୍ୱାମୀଙ୍କ ଉପରେ ହଠାତ୍ ମାଡ଼ ହେଲା ବିଜୁଳି, ସ୍ତ୍ରୀ ରେକର୍ଡ କଲେ Live Video

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ ଦିନ ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି । ନିକଟରେ ଆକାଶରୁ ବିଜୁଳି ଖସୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଜଣେ ଯୁବକଙ୍କ ଗାଡ଼ି ଉପରେ ବିଜୁଳି ମାଡ଼ ହେବାର ଦୃଶ୍ୟକୁ ତାଙ୍କର ପତ୍ନୀ ରେକର୍ଡ କରିଥିଲେ । ତେବେ ଘଟଣାସ୍ଥଳରେ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା, ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ହାଇୱେରେ ଏକ ଟ୍ରକ ଯାତ୍ରା କରୁଥିଲା । ଏହି ସମୟରେ ଆକାଶରୁ ଅଚାନକ ବିଜୁଳି ଖସିଥିଲା । ତେବେ ପଛରେ ଅନ୍ୟ ଏକ ଗାଡ଼ିରେ ଯାଉଥିବା ଜଣେ ମହିଳା ଉକ୍ତ ଘଟଣାକୁ କ୍ୟାମେରାରେ ରେକର୍ଡ କରିଥିଲେ । ଦୁର୍ଭାଗ୍ୟବଶତଃ ଟ୍ରକ ଡ୍ରାଇଭର ଜଣକ ବିଜୁଳି ଆଘାତରୁ ବର୍ତ୍ତି ଯାଇଥିଲେ । ଆମେରିକାରେ ଫ୍ଲୋରିଡାରେ ଏହି ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ମୁତାବକ, ଗତ ୧ ତାରିଖରେ ଜଣେ ଯୁବକ ରାଜପଥରେ ଏକ ମିନି ଟ୍ରକରେ ନିଜର ତିନି ସନ୍ତାନଙ୍କୁ ନେଇ ଘରକୁ ଯାଉଥିଲେ । ତାଙ୍କ ପଛରେ ତାଙ୍କ ପତ୍ନୀ ଏକ ମିଶେଲ କାରରେ ଆସୁଥିଲେ । ହଠାତ୍ ରାସ୍ତାରେ ଝଡ଼ ତୋଫାନ ଆରମ୍ଭ ହୋଇଯାଇଥିଲା । ଏହି ସମୟରେ ମହିଳା ଜଣଙ୍କ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରୁଥିଲେ । ତେବେ ଅଚାନକ ଆକାଶରୁ ବିଜୁଳି ଯୁବକଙ୍କ ଗାଡ଼ି ଉପରେ ମାଡ଼ ହୋଇଥିଲା ।

Get real time updates directly on you device, subscribe now.