ନୂଆଦିଲ୍ଲୀ: କ୍ରୀଡ଼ା ଜଗତ ପାଇଁ ଏକ ଦୁଃଖଦ ପୂର୍ଣ୍ଣ ଘଟଣା ଏବେ ସାମନାକୁ ଆସିଛି । ଏକ ମ୍ୟାଚ୍ ଲାଇଭ୍ ଚାଲୁଥିବା ସମୟରେ ଅଚାନକ ଜଣେ ଖେଳାଳିଙ୍କ ଉପରେ ବିଜୁଳି ଖସି ପଡ଼ିଛି । ଯାହା ଫଳରେ ଖେଳାଳି ଜଣକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଘଟଣା ପରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ଇଣ୍ଡୋନେସିଆରେ ହେଉଥିବା ଏକ ଫୁଟବଲ ମ୍ୟାଚ ସମୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଇଣ୍ଡୋନେସିଆରେ ଏଫସି ବେନଡୁଙ୍ଗ ଏବଂ ଏଫବିଆଇ ଶୁବେଙ୍ଗ ମଧ୍ୟରେ ଏକ ବନ୍ଧୁତାପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହେଉଥିଲା । ଇଣ୍ଡୋନେସିଆ ୱେଷ୍ଟ ଜାଭାର ସିଲିଭାଙ୍ଗୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଥିବା ବେଳେ ଏଠାରେ ଏକ ଭୟାନକ ଘଟଣା ଘଟିଯାଇଛି । ଖରାପ ପାଣିପାଗରେ ଖେଳା ଯାଉଥିବା ଏହି ମ୍ୟାଚ ମଝିରେ ଜଣେ ଖେଳାଳିଙ୍କ ଉପରେ ଅଚାନକ ବିଜୁଳି ଖସି ପଡ଼ିଛି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଦେଖାଯାଇଛି ଯେ, ମ୍ୟାଚରେ ସମସ୍ତ ଖେଳାଳି ପ୍ରସ୍ତୁତ ହୋଇ ଖେଳ ଜାରି ରଖିଛନ୍ତି ।
ଏହି ସମୟରେ ପଡ଼ିଆର ଗୋଟିଏ ପାଖରେ ଥିବା ଜଣେ ଖେଳାଳିଙ୍କ ଉପରେ ଅଚାନକ ବଜ୍ରପାତ ହୋଇଛି । ଭିଡିଓରେ ଖେଳାଳିଙ୍କ ଉପରେ ବିଜୁଳି ଖସୁଥିବାର ଦୃଶ୍ୟ ମଧ୍ୟ ସ୍ପଷ୍ଟ ଦେଖାଯାଇଛି । ହଠାତ୍ ଆକାଶମାର୍ଗରୁ ଏକ ନିଆଁ ଆସି ସିଧା ଖେଳାଳିଙ୍କ ଉପରେ ପଡ଼ିଥିଲା । ତେବେ କେହି କିଛି ବୁଝିବା ପୂର୍ବରୁ ବଜ୍ରପାତ ପରେ ଖେଳାଳି ଜଣକ ସଙ୍ଗେ ସଙ୍ଗେ ପଡ଼ିଆରେ ହିଁ ଟଳି ପଡ଼ିଥିଲେ । ବଜ୍ରପାତର ଭୟାନକ ଶବ୍ଦରେ ନିକଟରେ ଥିବା ଖେଳାଳି ମଧ୍ୟ ତଳେ ପଡ଼ି ଯାଇଥିଲେ । ତେବେ ସେ କିଛି ସମୟ ମଧ୍ୟରେ ଉଠି ଯାଇଥିଲେ ମଧ୍ୟ ଅନ୍ୟ ଖେଳାଳି ଉଠିପାରି ନାହାନ୍ତି ।
A tragic incident occurred at stadium in Indonesia 🇮🇩, on the 10th of February 2024, When a man from Subang was fatally struck by lightning while playing football 😦
Thoughts? pic.twitter.com/s0AP2vo0Mb
— GIDI (@Gidi_Traffic) February 11, 2024
ଏହାଦେଖି ଅନ୍ୟ ଖେଳାଳି ଏବଂ ମେଡିକାଲ ଟିମ୍ ତାଙ୍କ ପାଖରେ ପହଞ୍ଚିଥିଲେ । ଏହାପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ସେଠାରୁ ବାହାରକୁ ନିଆଯାଇଥିଲା । ଏହି ସମୟରେ ସେ ଜୀବିତ ଥିଲେ ବୋଲି ଜଣାଯାଇଛି । କିନ୍ତୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲ ନେବା ବାଟରେ ପ୍ରାଣ ତ୍ୟାଗ କରିଛନ୍ତି ଏହି ଖେଳାଳି । ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି ।
ଗତ ୧୨ ମାସ ମଧ୍ୟରେ ଦ୍ୱିତୀୟ ଥର ଇଣ୍ଡୋନେସିଆର ଜଣେ ଫୁଟବଲର୍ ବଜ୍ରପାତରେ ଆଘାତ ପାଇଛି । ୨୦୨୩ ସୋରାଟିନ୍ ଅଣ୍ଡର -୧୩ କପ୍ ସମୟରେ ପୂର୍ବ ଜାଭାର ବୋଜୋଙ୍ଗୋରୋରେ ଜଣେ ଫୁଟବଲର୍ ବଜ୍ରପାତରେ ଆହତ ହୋଇଥିଲେ। ଏହାସହିତ ପଡ଼ିଆରେ ଉପସ୍ଥିତ ଅନ୍ୟ ୬ ଜଣ ଖେଳାଳି ମଧ୍ୟ ବଜ୍ରପାତରେ ଆହତ ହୋଇଥିଲେ। ତେବେ ସମସ୍ତଙ୍କୁ ଡାକ୍ତର ଉଦ୍ଧାର କରିବାରେ ସପଳ ହୋଇଥିଲେ।