fbpx
BJD SKY
BJD SKY

ଆକାଶରୁ ଖସିଲା କୋରିଆ ଦେଶର ଅଜଣା ଡିଭାଇସ୍: ଲୋକେ ଛାନିଆ, ଷ୍ଟାର୍ଟ ସ୍ୱିଚ୍ ସହ ଜଳୁଛି ରେଡ ଲାଇଟ

BJD

ଓଡ଼ିଶା ଭାସ୍କର: ନୂଆପଡା ଜିଲ୍ଲା କୋମନା ବ୍ଲକ ନାଏକପଡା ଠାରେ ଏକ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ସେଠାରେ ହଠାତ ଆକାଶରୁ ଏକ ଅଜଣା ଡ଼ିଭାଇସ ଖସି ପଡ଼ିଥିବା ଜଣାପଡ଼ିଛି। ତେବେ ଏହି ଡ଼ିଭାଇସ ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । ହଠାତ ଏକ ଯନ୍ତ୍ର ବା ଡିଭାଇସ କେଉଁଠୁ ଆସିଲା ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଦେଖିବାକୁ ମିଳିଥିଲା। ତେବେ ରାତିରେ ବମ୍ ସ୍କୁଆଡ଼ ଟିମ୍ ପହଞ୍ଚି ଘଟଣାସ୍ଥଳରୁ ଉକ୍ତ ଡ଼ିଭାଇସକୁ ଉଦ୍ଧାର କରିବା ସହ ତାକୁ ଡିଫ୍ୟୁଜ୍ କରିଥିବା ଜଣାପଡିଛି। ସେପଟେ ଖବର ପାଇ କୋମନା ଓ ତରବୋଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭିତ ନହେବା ପାଇଁ କହିଛି।

ନୂଆପଡାରେ ଏହି ଡିଭାଇସ୍ କେଉଁଠୁ ଆସିଲା ତାହା ବିଷୟରେ କିଛି ଜଣା ପଡିନଥିବାବେଳେ ପାଣିପାଗ ରିସର୍ଚ୍ଚ ଡ଼ିଭାଇସ ହୋଇଥିବା ବୋଲି ଅନୁମାନ କରାଯାଉଛି । ଯେଉଁଥିରେ ମେଡ୍ ଇନ୍ କୋରିଆ ଲେଖାଯିବା ସହ ଜଳୁଥିବା ନାଲି ବତୀ ଓ ଏକ ଷ୍ଟାର୍ଟ ସ୍ୱିଚ୍ ମଧ୍ୟ ରହିଛି । ତେବେ ସୁରକ୍ଷିତ ଭାବେ ଘଟଣାସ୍ଥଳରୁ ଡ଼ିଭାଇସକୁ ଉଦ୍ଧାର କରି ନୂଆପଡା ଶିଳଦା ସ୍ଥିତ ରିଜର୍ଭ ଅଫିସରେ ରଖାଯାଇଛି। ଡିଭାଇସଟି ଖସିବା ସମୟରେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି।

 

Get real time updates directly on you device, subscribe now.