fbpx

ମଣିଷଙ୍କ ପରି ନିଜଭିତରେ କଥାବାର୍ତ୍ତା ହୋଇଥାଆନ୍ତି ଛତୁ

ଓଡ଼ିଶା ଭାସ୍କର: ମଣିଷମାନଙ୍କ ପରି ଗଛଲତା ମଧ୍ୟ ଜୀବନ୍ତ । ଏହି କଥା ଆମେ ଆଗରୁ ଜାଣିଛୁ । କିନ୍ତୁ ଏକଥା ବହୁ କମ ଲୋକ ଜାଣିଥିବେ ଆମେମାନେ ଯେଉଁଭଳି କଥାବାର୍ତର୍ା କରୁ ଠିକ ସେହିପରି ସେମାନେ ମଧ୍ୟ କଥାବାର୍ତ୍ତା ହୋଇଥାଆନ୍ତି । କେବଳ ଏତିକି ନୁହେଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଛତୁମାନେ ମଧ୍ୟ ନିଜଭିତରେ କଥାବାର୍ତା ହୋଇଥାଆନ୍ତି । ଏହି କାର୍ଯ୍ୟ ସେମାନେ ତାଙ୍କ ଚେର ମାଧ୍ୟମରେ କରିଥାଆନ୍ତି । ଯାହାକୁ ମାଇସେଲିୟମ କୁହାଯାଏ । ରିସର୍ଚ୍ଚରୁ ଜଣା ପଡିଛି ଯେ ଛତୁ ପାଖରେ ତାର ମସ୍ତିଷ୍କ ମଧ୍ୟ ଅଛି । ଏହା ସହିତ ଛତୁମାନେ ଅନୁଭବ ମଧ୍ୟ କରିପାରନ୍ତି । ଯାହା ସୂଚନା ମିଳିଛି ସେମାନେ ତାଙ୍କର ମସ୍ତିଷ୍କକୁ ଜାଗ୍ରତ ରଖିବା ପାଇଁ ଆମ ଭଳି ଆକ୍ଟିଭ ରୁହନ୍ତି । ଏହା ସହିତ ସେମାନେ ଏକ ପ୍ରକାରର ଭାଷା ମଧ୍ୟ ବ୍ୟବହାର କରନ୍ତି ।

ଯାହାର ସତ୍ୟାସତ ଏବେ ବୈଜ୍ଞାନିକ ପ୍ରମାଣ କରିବାକୁ ରିସର୍ଚ୍ଚ କରୁଛନ୍ତି । ଯଦି ଆମେ ବିଜ୍ଞାନକୁ ବିଶ୍ୱାସ କରିବା ତେବେ ସେମାନେ କଥା ବାର୍ତା ହେବା ପାଇଁ ୫୦ଟି ଶବ୍ଦର ବ୍ୟବହାର କରନ୍ତି ବୋଲି ସୂଚନା ରହିଛି । ଏହା ସହିତ ପ୍ରତିଦିନ ପ୍ରାୟ ସେମାନେ ଏଥିରୁ ୨୦ଟି ଶବ୍ଦ ବ୍ୟବହାର କରିଥାଆନ୍ତି ବୋଲି ଜଣାପଡିଛି । ଇଲେକ୍ଟ୍ରିକ ଇମ୍ପଲ୍ସ ଅର୍ଥାତ ବିଜୁଳି ତରଙ୍ଗ ମାଧ୍ୟମରେ ସେମାନଙ୍କ କଥା ଜଣଙ୍କ ଠାରୁ ଆଉ ଜଣଙ୍କ ପାଖରେ ପହଂଚିଥାଏ । ଏହା ସାହାର୍ଯ୍ୟରେ ସେମାନେ ବିଭିନ୍ନ କଥା ବିଷୟରେ ଜାଣିବାକୁ ସୂଚନା ମିଳିଥାଏ । ତେବେ ଏହି କଥାକୁ ନେଇ ବୈଜ୍ଞାନିକ କିଛି ସେଭଳି ଠୋସ ଦାବି କରି ନାହାନ୍ତି । କିନ୍ତୁ ଛତୁମାନେ ଏହି ଭଳି କିଛି କାର୍ଯ୍ୟକଳାପ କରନ୍ତି ଯାହା ବିଷୟରେ ମଣିଷମାନେ ମଧ୍ୟ ନିହାତି ଭାବରେ ଜାଣିବା ଆବଶ୍ୟକ । ଆଉ ଏହି ଘଟଣା ଉପରେ ମଧ୍ୟ ବୈଜ୍ଞାନିକମାନେ ମଧ୍ୟ ତାଙ୍କ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.