ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ, ସୂଚନା ଦେଲେ ଆଇନମନ୍ତ୍ରୀ

୩ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ।

ପୁରୀ: ଶ୍ରୀମନ୍ଦିରରେ ଏଥର ଧାଡ଼ିରେ ହେବ ମହାପ୍ରଭୁଙ୍କ ଦର୍ଶନ। ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ ଏହି ଧାଡ଼ି ଦର୍ଶନ।

ଏନେଇ ସୂଚନା ଦେଲେ ଆଇମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଧାଡ଼ି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ମନ୍ତ୍ରୀ।

ଏହା ଦ୍ୱାର ଭିଡ଼ ନିୟନ୍ତ୍ରଣ ହୋଇପାରିବ। ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ସୁଗରେ କରିପାରିବେ ବୋଲି କହିଛନ୍ତି ମନ୍ତ୍ରୀ।

୩ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ। ପ୍ରଥମ ବୈଠକରେ ହୁଣ୍ଡି ସିପ୍ଟ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ।