ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ BMC ପକ୍ଷରୁ ବୈଠକ ଶେଷ ହୋଇଛି । ବିନା ଭକ୍ତରେ ରୁକୁଣା ରଥଯାତ୍ରାକୁ ଶେଷ କରିବା ନେଇ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେବାୟତ ଏବଂ ପୋଲିସଙ୍କ ଦ୍ୱାରା ରଥ ଟଣା ଯିବ । ଆଗକୁ ସ୍ଥିତ ଦେଖି ନିଷ୍ପତ୍ତି ବଦଳିପାରେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେପଟେ ଘଟଗାଁ ମା ତାରିଣୀଙ୍କ ଚଇତି ପର୍ବ ପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର କମିଟି ସଦସ୍ୟଙ୍କ ମଧ୍ୟରେ ବୈଠକ ଶେଷ ହୋଇଛି ।