fbpx
BSKY SKY
BSKY SKY

(Video) ସ୍ତ୍ରୀ ହେବା ପାଇଁ ବାହାରିଲା ବିଜ୍ଞାପନ: ଜୁନିୟର ୱାଇଫ୍ ହେଲେ ମିଳିବ ଦରମା…

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଘରଭଡ଼ା, ଚାକିରି, କୌଣସି ସାମଗ୍ରୀ ବିକ୍ରି ଆଦି ନେଇ ନ୍ୟୁଜ ପେପରମାନଙ୍କରେ ବିଜ୍ଞାପନ ବାହାରିଥାଏ । ତେବେ ଏହା ମଧ୍ୟରେ ଏକ ମଜାଦାର ଖବର ସାମ୍ନାକୁ ଆସିଛି । ସ୍ତ୍ରୀ ହେବା ପାଇଁ ବିଜ୍ଞାପନ ବାହାରିଛି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଲିଙ୍କଡଇନରେ ଲୋକମାନେ ଚାକିରିର ସନ୍ଧାନ କରୁଥିବା ବେଳେ ସେହି ସାଇଟରେ ଏଭଳି ଏକ ବିଜ୍ଞାପନ ଦେଖିବାକୁ ମିଳିଛି । ଏହି ବିଜ୍ଞାପନକୁ ଦେଖିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ଜଣେ ସଫ୍ଟୱେୟାର ଇଞ୍ଜିନିୟର ଲିଙ୍କଡଇନ୍ ପ୍ଲାଟଫର୍ମରେ ଏଭଳି ଏକ ପୋଷ୍ଟ କରିଛନ୍ତି । ଉକ୍ତ ପୋଷ୍ଟ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଜୁନିୟର ୱାଇଫ ନିଯୁକ୍ତି ପାଇଁ ଶେୟାର କରାଯାଇଥିବା ଉକ୍ତ ପୋଷ୍ଟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି । ବିରିଆନୀ କରି ଖୁଆଇ ଦେଉଥିବା ଜଣେ ସ୍ତ୍ରୀଙ୍କ ସନ୍ଧାନରେ ରହିଛନ୍ତି ଯୁବକ ଜଣଙ୍କ ।  ସେଥିରେ ଲେଖାଅଛି, ‘ମୁଁ ମୋ ଜୀବନରେ ସାମିଲ ହେବା ପାଇଁ ଜଣେ ‘ଜୁନିୟର ୱାଇଫ’ ଖୋଜୁଛି । ଦୟାକରି ଅଭିଜ୍ଞତା ଥିବା ପ୍ରାର୍ଥୀମାନେ ଆବେଦନ କରନ୍ତୁ । ଅଭିଜ୍ଞ ପ୍ରାର୍ଥୀଙ୍କ ପାଇଁ ମୁଁ ପୃଥକ୍ ଭାବେ ନିଯୁକ୍ତି କରିବି ।’

ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଏହି ପଦ ପାଇଁ କେବଳ ଜିରୋ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯିବ । ସାକ୍ଷାତକାର ୩ ରାଉଣ୍ଡ ବିଶିଷ୍ଟ ହେବ । ଅନ୍ତିମ ରାଉଣ୍ଡ ସାକ୍ଷାତକାର ଫେସ୍ ଟୁ ଫେସ୍ ହେବ । ଏଥିସହିତ ରୋଷେଇ କାର୍ଯ୍ୟରେ ୨ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀ ଜଣଙ୍କ ରାତିରେ ଅନିଦ୍ରା ରହି ମୋ ପାଇଁ ମସଲାଯୁକ୍ତ ବିରିଆନୀ ତିଆରି କରିବାର ଦକ୍ଷତା ରଖୁଥିବେ । ଆଗ୍ରହୀ ପ୍ରାର୍ଥୀମାନେ ସେମାନଙ୍କର ସିଭି ଇନବକ୍ସରେ ପଠାଇ ପାରିବେ ।’ ତେବେ ଯୁବକ ଜଣଙ୍କ ଏହି ପୋଷ୍ଟ ଶେୟାର କରିବା ସହିତ ଏକ ଡିସକ୍ଲେମର ଶେୟାର କରି ତାହା ଥଟ୍ଟା ଉଦ୍ଦେଶ୍ୟରେ ଶେୟାର କରାଯାଇଛି ବୋଲି ଲେଖିଛନ୍ତି । ଲୋକଙ୍କୁ କେବଳ ହସାଇବା ପାଇଁ ତାହା ପୋଷ୍ଟ କରାଯାଇଥିବା ସେ ଉଲ୍ଲେଖ କରିଛନ୍ତି । ତେବେ ଯୁବକଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ସମାଲୋଚନା କରିଛନ୍ତି ।

 

Get real time updates directly on you device, subscribe now.