ଫ୍ଲାଇଟରେ କାହିଁକି ମାତ୍ର 100ML ପାଣି ସାଙ୍ଗରେ ନେଇପାରିବେ? ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ..
ଫ୍ଲାଇଟରେ ଯାତ୍ରୀ କାହିଁକି ସାଙ୍ଗରେ ନିଅନ୍ତି 100 MLର ପାଣି, ଏହାଠାରୁ କାହିଁକି ନିଅନ୍ତିନି ଅଧିକ
ନୂଆଦିଲ୍ଲୀ: ଫ୍ଲାଇଟରେ ସାଙ୍ଗରେ କିଛି ଜିନିଷ ନେବା ପାଇଁ ଅନେକ ନିୟମ ରହିଛି। ଏଥିସହ ଫ୍ଲାଇଟରେ କେତେ ପରିମାଣର ତରଣ ପଦାର୍ଥ ନେବେ, ଏଥିପାଇଁ ମଧ୍ୟ ଅନେକ ନିୟମ ରହିଛି। ଆସନ୍ତୁ ଜାଣିବା ଏହି ବିଷୟରେ..
ଦୁନିଆର ଯେକୌଣସି ଏୟାରପୋର୍ଟରେ ଆପଣ ୧୦୦ ଏମଏଲରୁ ଅଧିକ ଲିକ୍ୱିଡ ନେଇ ଯିବାର ଅନୁମତି ନାହିଁ। କାରଣ ୧୯ ବର୍ଷ ପୂବେ ୨୦୦୬ ରେ ଏକ ଆତଙ୍କବାଦୀ ନିଜ ପାଣି ବୋତଲରେ ବିସ୍ଫୋଟକୁ ଲୁଚାଇ ନେଇକି ଯାଉଥିଲା। କିଛି ଅଘଟଣ ଘଟିବା ପୂର୍ବରୁ ସୁରକ୍ଷାକର୍ମୀ ଏହାକୁ ଜବତ କରିଥିଲେ।
ଆନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂସ୍ଥା ଏହି ମାମଲାକୁ ଗଭୀରତାର ସହ ବିଚାର କରି ଏକ ଦୃଢ ନିଷ୍ପତ୍ତି ନେଇଥିଲା। ଆଗକୁ ଯେପରି ଏମିତି ଭୁଲ ହେବନାହିଁ। ଏଥିପାଇଁ ଏହି ନିୟମ ସେବେଠାରୁ ଜାରି ହେଲା।
ଏହି ନିୟମକୁ ଦୁନିଆର ସମସ୍ତ ଏୟାରପୋର୍ଟ ଲାଗୁ କରିଥିଲେ। ଏହା ପରଠାରୁ ଯଦି ଆପଣ ସାଙ୍ଗରେ ୧୦୦ ଏମଏଲରୁ ଅଧିକ ଲିକ୍ୱିଡ ନେଉଛନ୍ତି, ତେବେ ତାକୁ ସିକ୍ୟୁରିଟି ହୋଲ୍ଡ ଏରିଆରେ ନେଇକି ଯିବାର ଅନୁମତି ଦିଆଯିବ।
ଯଦି ଆପଣ ସାଙ୍ଗରେ ଘିଅ ବା ତେଲ ସାଙ୍ଗରେ ନେବାକୁ ଚାହୁଁଛନ୍ତି ତେବେ ଆପଣ ଏହାକୁ ଫ୍ରିଜରେ ରଖନ୍ତୁ। ଏହା ଜମିଯିବା ପରେ, ତା’ପରଦିନ ଆପଣ ଏହାକୁ ସାଙ୍ଗରେ ଫ୍ଲାଇଟରେ ନେଇ ଯାଇପାରିବେ।